କାଳ ହେଲା କାଳବୈଶାଖୀ !ବଜ୍ରପାତରେ ଗଲା ୩୫ ବର୍ଷୀୟ ଯୁବକଙ୍କ ଜୀବନ

ରିପୋର୍ଟ-ରାଜକିଶୋର ସାବତ

ଶେରଗଡ଼ -ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଲାଞ୍ଜିଆପଲ୍ଲୀ ଗ୍ରାମରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। କାଳବୈଶାଖୀ ରେ ବଜ୍ରପାତର ଶିକାର ହୋଇ ଜଣେ ୩୫ ବର୍ଷୀୟ ଯୁବକଙ୍କ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଲାଞ୍ଜିଆପଲ୍ଲି ଗ୍ରାମର ମୁରଲୀ ସ୍ୱାଇଁ। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ହଠାତ୍ ପାଗ ପରିବର୍ତ୍ତନ ହେବା ସହ ପ୍ରବଳ ବେଗରେ ବଜ୍ରପାତ ହୋଇଥିଲା। ଏହି ସମୟରେ ମୁରଲୀ ସ୍ବାଇଁ ନିଜ ବାରିପଟ ବିଲରେ କାମ କରୁଥିଲେ। ଦୁର୍ଭାଗ୍ୟବଶତଃ ସେ ବଜ୍ରପାତର ସିଧାସଳଖ ଶିକାର ହୋଇ ଗୁରୁତର ହୋଇପଡ଼ିଥିଲେ।

 

ସ୍ଥାନୀୟ ଲୋକ ଓ ପରିବାର ପକ୍ଷରୁ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଶେରଗଡ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲାଞ୍ଜିଆପଲ୍ଲୀ ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *

और पढ़ें