ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ରାଜନୈତିକ ଶତ୍ରୁତାରୁ ଆକ୍ରମଣ:ଦୁଇ ଗିରଫ

ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝରପାରି ପଞ୍ଚାୟତର ଗମ୍ଭାରିଆ ଗ୍ରାମରେ ଚିକେନ୍ କଟା କାତିରେ ତିନି ଜଣଙ୍କୁ ମରଣାନ୍ତକ ଆକ୍ରମଣ ଫଳରେ ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗାଙ୍ଗପୁର ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝରପାରି ପଞ୍ଚାୟତର ଗମ୍ଭାରିଆ ଗ୍ରାମର ଗରିବ ନାଇକଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ ନାଇକଙ୍କ ଲିଖିତ ଅଭିଯୋଗ ପ୍ରକାରେ, ତାଙ୍କ ସ୍ୱାମୀ ଗରିବ ଆଜି ମଧ୍ୟାହ୍ନ ୧୨ ଟା ସମୟରେ ଘରକୁ ଆସୁଥିବା ବେଳେ ସାମ୍ନାରେ ଚିକେନ ଦୋକାନ କରିଥିବା ସେହି ଗ୍ରାମର ଦୁଇ ଭାଇ ସୁବଳ ନାଇକ ଓ ସୁଦାମ ନାଇକ ସହିତ ସେମାନଙ୍କର ବାପା ଓ ସ୍ତ୍ରୀ ହଠାତ୍ ଚିକେନ କଟା କାତି ଧରି ଗରିବଙ୍କ ବେକକୁ ହାଣିବା ସମୟରେ ହାତ ଦେଖାଇ ଦେବାରୁ କାତିଟି ଡାହାଣ ହାତରେ ପଡ଼ିଯାଇଥିଲା ।ସେ ସମୟରେ ଗରିବଙ୍କ ମା ମଧ୍ୟ ଛଡ଼ାଇବା ବେଳେ ତାଙ୍କୁ ମଧ୍ୟ ହାଣି ପକାଇ ତଳେ ପକାଇ ଗୋଇଠା ମାରି ଥିଲେ ଏ ପରି କି ଗରିବଙ୍କ ବାପାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।ଏ ପରି କି ରାଜଲକ୍ଷ୍ମୀ ଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ସେ ଏତଲାରେ ଦର୍ଶାଇ ଛନ୍ତି । ଆକ୍ରମଣ ସମୟରେ ରାଜନୀତିରେ ବଡଗଡର ସୁନୀଲ ମହାନ୍ତି ଓ ଜାହାଡା ର ରାଜେଶ ସାମଲକୁ ସହଯୋଗ କାହିଁକି କରୁନ ବୋଲି କହି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ବାରମ୍ବାର ସେହି କଥା ଦୋହରାଇଥିଲେ । ଏହି ସମୟରେ ଗ୍ରାମବାସୀ ଆସିଯିବାରୁ ସେମାନେ ଛତ୍ରଭଙ୍ଗ ଦେଇଥିଲେ ।ଏ ନେଇ ପୋଲିସ ଅଭିଯୋଗ ପ୍ରକାରେ, ଗାଙ୍ଗପୁର ଥାନା ରେ ୨୪୧/୨୬ରେ ଏକ ମାମଲା ରୁଜ୍ଜୁ କରି ଭାରତୀୟ ନ୍ୟାୟ ସଂହିତା ୧୨୫(୨)/୧୧୮(୧)/୧୦୯(୧)/୭୪/୨୯୬/୩୫୧(୨)୩(୫) ଅନୁସାରେ ସୁଦାମ ଓ ସୁବଳକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!