ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବିଦ୍ୟାଳୟରୁ ରାସନ ଚୋରି କରି ହରଡ଼ଘଣାରେ ପ୍ରଧାନଶିକ୍ଷକ,ସଭାପତି: ଲୋକେ ଦେଲେ ପୋଲିସରେ

ରିପୋର୍ଟ -କୁମୁଦ ଚନ୍ଦ୍ର ବେହେରା, ବୁଗୁଡ଼ା

ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମର ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି କରୁଥିବାବେଳେ ପ୍ରଧାନଶିକ୍ଷକ , ସଭାପତିଙ୍କୁ ମାଡ଼ିବସିଲେ ଗ୍ରାମବାସୀ। ସୂଚନା ଅନୁସାରେ ସୋମବାର ସନ୍ଧ୍ୟା ସମୟରେ ବିଦ୍ୟାଳୟ ଭିତରେ କିଛି ଭାଙ୍ଗିବାର ଶବ୍ଦ ଶୁଣି ଗ୍ରାମବାସୀ ବିଦ୍ୟାଳୟକୁ ଯାଇ ଦେଖିଲାବେଳେ ବିଦ୍ୟାଳୟ ଫାଟକ ଖୋଲା ରହିଛି ଏବଂ ବିଦ୍ୟାଳୟ ଭିତରେ ଦୁଇଜଣ ବ୍ୟକ୍ତି ବସ୍ତା ଭିତରେ କିଛି ଜିନିଷ ଭର୍ତ୍ତି କରୁଛନ୍ତି। ପାଖକୁ ଯାଇ ଦେଖିଲାବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିନୋଦ ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋବିନ୍ଦ ସେନାପତି ବିଦ୍ୟାଳୟ ଖୋଲି ପିଲାଙ୍କ ରୋଷେଇ ପାଇଁ ବ୍ୟବହୃତ ରାଶନଗୁଡିକୁ ବସ୍ତାରେ ଭର୍ତ୍ତିି କରୁଛନ୍ତି। ଏପରିକି କମ୍ପ୍ୟୁଟର ରୁମରୁ ଏକ ଫ୍ୟାନ ଖୋଲି ରଖିଥିଲେ । ଗ୍ରାମବାସୀ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ପରେ ଗ୍ରାମବାସୀ ବୁଗୁଡ଼ା ପୋଲିସକୁ ଖବର ଦେଇଥିଲେ। ବୁଗୁଡ଼ା ପୋଲିସ ଏଏସଆଇ ବାପୁଜୀ ଖଣ୍ଡଗିରି ଘଟଣାସ୍ଥଳରେ ପହଂଚି ପ୍ରଧାନଶିକ୍ଷକଙ୍କୁ ତାଗିଦ୍‌ କରିବା ସହ ଗ୍ରାମବାସୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିକୁ ଡକାଇ ଏହାର ବିଚାର କରିବାପାଇଁ ପରାମର୍ଶ ଦେଇଥିଲେ। ଏହି ଘଟଣାକୁ ନେଇ ସାଧାରଣରେ ନିନ୍ଦା ପ୍ରକାଶ ପାଇଥିବାବେଳେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ବାଡ଼ ଯଦି ଫସଲ ଖାଇବ ଫସଲ ସୁରକ୍ଷା କିଏ ଦବ ???

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!