ବିଦ୍ୟାଳୟରୁ ରାସନ ଚୋରି କରି ହରଡ଼ଘଣାରେ ପ୍ରଧାନଶିକ୍ଷକ,ସଭାପତି: ଲୋକେ ଦେଲେ ପୋଲିସରେ

ରିପୋର୍ଟ -କୁମୁଦ ଚନ୍ଦ୍ର ବେହେରା, ବୁଗୁଡ଼ା

ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମର ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି କରୁଥିବାବେଳେ ପ୍ରଧାନଶିକ୍ଷକ , ସଭାପତିଙ୍କୁ ମାଡ଼ିବସିଲେ ଗ୍ରାମବାସୀ। ସୂଚନା ଅନୁସାରେ ସୋମବାର ସନ୍ଧ୍ୟା ସମୟରେ ବିଦ୍ୟାଳୟ ଭିତରେ କିଛି ଭାଙ୍ଗିବାର ଶବ୍ଦ ଶୁଣି ଗ୍ରାମବାସୀ ବିଦ୍ୟାଳୟକୁ ଯାଇ ଦେଖିଲାବେଳେ ବିଦ୍ୟାଳୟ ଫାଟକ ଖୋଲା ରହିଛି ଏବଂ ବିଦ୍ୟାଳୟ ଭିତରେ ଦୁଇଜଣ ବ୍ୟକ୍ତି ବସ୍ତା ଭିତରେ କିଛି ଜିନିଷ ଭର୍ତ୍ତି କରୁଛନ୍ତି। ପାଖକୁ ଯାଇ ଦେଖିଲାବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିନୋଦ ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋବିନ୍ଦ ସେନାପତି ବିଦ୍ୟାଳୟ ଖୋଲି ପିଲାଙ୍କ ରୋଷେଇ ପାଇଁ ବ୍ୟବହୃତ ରାଶନଗୁଡିକୁ ବସ୍ତାରେ ଭର୍ତ୍ତିି କରୁଛନ୍ତି। ଏପରିକି କମ୍ପ୍ୟୁଟର ରୁମରୁ ଏକ ଫ୍ୟାନ ଖୋଲି ରଖିଥିଲେ । ଗ୍ରାମବାସୀ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ପରେ ଗ୍ରାମବାସୀ ବୁଗୁଡ଼ା ପୋଲିସକୁ ଖବର ଦେଇଥିଲେ। ବୁଗୁଡ଼ା ପୋଲିସ ଏଏସଆଇ ବାପୁଜୀ ଖଣ୍ଡଗିରି ଘଟଣାସ୍ଥଳରେ ପହଂଚି ପ୍ରଧାନଶିକ୍ଷକଙ୍କୁ ତାଗିଦ୍‌ କରିବା ସହ ଗ୍ରାମବାସୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିକୁ ଡକାଇ ଏହାର ବିଚାର କରିବାପାଇଁ ପରାମର୍ଶ ଦେଇଥିଲେ। ଏହି ଘଟଣାକୁ ନେଇ ସାଧାରଣରେ ନିନ୍ଦା ପ୍ରକାଶ ପାଇଥିବାବେଳେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ବାଡ଼ ଯଦି ଫସଲ ଖାଇବ ଫସଲ ସୁରକ୍ଷା କିଏ ଦବ ???

Leave a Reply

Your email address will not be published. Required fields are marked *

और पढ़ें