ରିପୋର୍ଟ-ଡଃ କୁମୁଦ ଚନ୍ଦ୍ର ବେହେରା
ବୁଗୁଡା-:ସ୍ଥାନୀୟ ଶ୍ରୀ ବଳଦେବ କଳା ପରଷଦ ପକ୍ଷରୁ ବୁଗୁଡା ନୂଆସାହିରେ ସ୍ବର୍ଗତ କଣ୍ଠଶିଳ୍ପୀ ଶଙ୍କର ସେଠୀଙ୍କ ସ୍ମୃତିରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ଶଙ୍କରଙ୍କ ଏକାଦଶାହରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ତାଙ୍କର ସ୍ମୃତିଚାରଣ କରାଯିବା ସହ କଳା ପରିଷଦର କଣ୍ଠଶିଳ୍ପୀ ନିତ୍ୟାନନ୍ଦ ସାହୁ, ବସନ୍ତ ବିଷୋୟୀ,ମିତାଲି ପଟ୍ଟନାୟକ,ଜୀବନ ସଂଗ୍ରାମ ହୋତା, ଆଲୋକ ପୃଷ୍ଟି, କେଦାର ବେହେରା, ମୀନକେତନ ସାହୁ, ତପନ ମହାପାତ୍ର, କେଦାରନାଥ ନାୟକ, ଗୌରାଙ୍ଗ ସାହୁ, ମାନସ ରଞ୍ଜନ ହୋତା,କେ ଦିବ୍ଯାଂଶୁ ଦୋରା,ସନ୍ଧ୍ଯାରାଣୀ ସାହୁ,ଅର୍ପିତସାଈ ପାଢୀ, ଶ୍ରୀଧର ମିଶ୍ରଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା।ମନ୍ମଥ କୁମାର ପାତ୍ର ଓ ଚିତ୍ତରଞ୍ଜନ ଦାସଙ୍କ ତତ୍ତ୍ବାବଧାନରେ ଏବଂ ଜି ସମୀର ପାତ୍ରଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥୁଲା।ଉକ୍ତ କାର୍ଯ୍ୟକ୍ରମରେ ପିତଳ ଗ୍ରାମସ୍ଥ ସଙ୍ଗୀତ ବାଦ୍ୟଯନ୍ତ୍ର ସଂସ୍ଥା ସଂଗୀତ ପରିଚାଳନା କରିଥିଲା ବେଳେ ସାହି କମିଟି ଉକ୍ତ କାର୍ଯ୍ୟକ୍ରମରେ ପୂର୍ଣ୍ଣା ସହଯୋଗ କରିଥିଲେ।









