ଗାଲେରି କଲେଜରେ ବିଦାୟ ସମ୍ବର୍ଦ୍ଧନା

ରିପୋର୍ଟ -ମାଗୁଣୀ ମିଶ୍ର 

 

ଭଞ୍ଜନଗର -୨୯/୪ : ଭଞ୍ଜନଗର ବ୍ଲକ ଗାଲେରି ସ୍ଥିତ ଦଣ୍ଡପାଣି ମହାରଥା ବିଜ୍ଞାନ ମହାବିଦ୍ୟାଳୟରେ ସ୍ନାତକ ଅନ୍ତିମ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ଦିଆଯାଇଥିଲା। ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆ ଅଧ୍ୟାପକ ଦୁର୍ଗାମାଧବ ଦାସ, ରାଜନୀତି ବିଜ୍ଞାନ ଅଧ୍ୟାପକ ଦିବ୍ୟଲୋଚନ ବିଶ୍ୱାଳ ଓ ବିରୁପାକ୍ଷ ସାହୁ ମଞ୍ଚ ମଣ୍ଡନ କରିଥିଲେ। ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନେ ତିନି ଵର୍ଷ ଶିକ୍ଷାର୍ଥୀ ଜୀବନର ଅନୁଭୂତିକୁ ଉଜାଗର କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଆରମ୍ଭ କରିଥିଲେ। ଦୁର୍ଗାମାଧବ ଦାସ ଦେବ ପାଠ କରିଥିଲେ। ଛାତ୍ରୀ ମନସ୍ମିତା ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ରାହୁଲ ଓ ବିରୁପାକ୍ଷ ଅନ୍ତିମ ସଙ୍ଗୀତ ଗାନ କରିଥିଲେ। ଛାତ୍ର ସାଗର ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନାରେ ଶିଶିର, ଶ୍ରୀକାନ୍ତ, ଆକାଶ, ରୁଦ୍ର, ପ୍ରିତମ, ପ୍ରଦୀପ, ପବିତ୍ର, ନିବେଦିତା, ମୀରା ପ୍ରମୁଖ ଛାତ୍ରଛାତ୍ରୀ ଓ ଇତିଶ୍ରୀ, ପ୍ରଶାନ୍ତ ସହଯୋଗ କରିଥିଲେ। ଛାତ୍ରୀ ଗୀତିକା ଜାନି ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *

और पढ़ें