ଭଞ୍ଜଭୂମି: ସ୍ୱାସ୍ଥ୍ୟ
ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଅନିଦ୍ରା ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ତେବେ ଆପଣ ଜାଣନ୍ତି କି, ଆମର ଖାଦ୍ୟପେୟ ଶୋଇବା ପ୍ରକ୍ରିୟାକୁ ବହୁମାତ୍ରାରେ ପ୍ରଭାବିତ କରିଥାଏ? ବିଶେଷଜ୍ଞଙ୍କ ଅନୁସାରେ, ଶୋଇବା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ଦ୍ୱାରା ଶରୀର ଶାନ୍ତ ରହିବା ସହ ଗଭୀର ନିଦ୍ରା ହୋଇଥାଏ।
ଏଠାରେ ସେହିଭଳି କିଛି ସ୍ୱାସ୍ଥ୍ୟକର ଖାଦ୍ୟ ବିଷୟରେ ସୂଚନା ଦିଆଗଲା:
୧. ବାଦାମ (Almonds):
ବାଦାମରେ ପ୍ରଚୁର ପରିମାଣରେ ସ୍ୱାସ୍ଥ୍ୟକର ଚର୍ବି ଏବଂ ମ୍ୟାଗ୍ନେସିୟମ୍ ଥାଏ। ଏହା ଶରୀରର ମାଂସପେଶୀକୁ ଆରାମ ଦେବାରେ ଏବଂ ମନକୁ ଶାନ୍ତ ରଖିବାରେ ସାହାଯ୍ୟ କରେ।
୨. ଗରମ ଓଟ୍ମିଲ୍ (Warm Oatmeal):
ଓଟ୍ମିଲ୍ରେ ଥିବା କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ ଶରୀରରେ ଇନସୁଲିନ୍ ନିର୍ଗତ କରିବାରେ ସାହାଯ୍ୟ କରେ। ଏହା ଟ୍ରିପ୍ଟୋଫାନ୍ (Tryptophan) କୁ ମସ୍ତିଷ୍କରେ ସହଜରେ ପ୍ରବେଶ କରାଇ ନିଦ୍ରା ଆଣିବାରେ ସହାୟକ ହୋଇଥାଏ।
୩. ପିସ୍ତା ବାଦାମ (Pistachios):
ପେସ୍ତା ବାଦାମରେ ସର୍ବାଧିକ ମେଲାଟୋନିନ୍ ଥାଏ, ଯାହା ନିଦ୍ରା ପାଇଁ ଏକ ପ୍ରାକୃତିକ ହରମୋନ୍। ଏହା ବ୍ୟତୀତ ଏଥିରେ ଥିବା ମ୍ୟାଗ୍ନେସିୟମ୍ ସ୍ନାୟୁ ପ୍ରଣାଳୀକୁ ଶାନ୍ତ ରଖେ।
୪. ହଳଦୀ ମିଶ୍ରିତ ବାଦାମ କ୍ଷୀର (Turmeric Almond Latte):
ରାତିରେ ଶୋଇବା ପୂର୍ବରୁ ଗରମ ହଳଦୀ କ୍ଷୀର ପିଇବା ଅତ୍ୟନ୍ତ ଆରାମଦାୟକ। ଏଥିରେ ଥିବା ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଦିନସାରାର କ୍ଲାନ୍ତି ଦୂର କରି ଶରୀରକୁ ଶୋଇବା ପାଇଁ ପ୍ରସ୍ତୁତ କରେ।
୫. ଚେରି (Cherries):
ଚେରି ହେଉଛି ମେଲାଟୋନିନ୍ର ଏକ ପ୍ରାକୃତିକ ଉତ୍ସ। ଏହା ଶରୀରର ସ୍ୱାଭାବିକ ନିଦ୍ରା ଚକ୍ରକୁ (Sleep Cycle) ସନ୍ତୁଳିତ ରଖିବାରେ ସାହାଯ୍ୟ କରେ।
୬. କିୱି (Kiwi):
ଏହି ଫଳରେ ସେରୋଟୋନିନ୍ (Serotonin) ଭରପୂର ମାତ୍ରାରେ ଥାଏ। ଏହା ନିଦ୍ରାର ଗୁଣବତ୍ତା ବୃଦ୍ଧି କରିବାରେ ଏବଂ ଶୀଘ୍ର ନିଦ ଆସିବାରେ ସହାୟକ ହୋଇଥାଏ।
୭. କଦଳୀ ଏବଂ ବାଦାମ ବଟର (Banana with Almond Butter):
କଦଳୀରୁ ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ମିଳୁଥିବା ବେଳେ ବାଦାମ ବଟରରୁ ଟ୍ରିପ୍ଟୋଫାନ୍ ମିଳିଥାଏ। ଏହି ମିଶ୍ରଣଟି ଶରୀରକୁ ସହଜରେ ଗଭୀର ନିଦ୍ରା ଆଡ଼କୁ ନେଇଯାଏ।
୮. କଖାରୁ ମଞ୍ଜି (Pumpkin Seeds):
କଖାରୁ ମଞ୍ଜିରେ ଥିବା ମ୍ୟାଗ୍ନେସିୟମ୍ ଚିନ୍ତା ବା ମାନସିକ ଚାପ ଦୂର କରେ ଏବଂ ଶରୀରକୁ ଶୋଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଥାଏ।
୯. ହର୍ବାଲ ଟି (Herbal Tea):
ଶୋଇବା ପୂର୍ବରୁ କ୍ୟାଫିନ୍ ମୁକ୍ତ ହର୍ବାଲ ଚା’, ଯେପରିକି କାମୋମାଇଲ୍ (Chamomile) ପିଇବା ଦ୍ୱାରା ମନ ପ୍ରଫୁଲ୍ଲ ରହେ ଏବଂ ଭଲ ନିଦ ହୋଇଥାଏ।
ସତର୍କତା: ଶୋଇବା ପୂର୍ବରୁ ଅତ୍ୟଧିକ ମାତ୍ରାରେ କିଛି ବି ଖାଆନ୍ତୁ ନାହିଁ, ଯାହାଫଳରେ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ନହୁଏ। ଅଳ୍ପ ପରିମାଣରେ ଏହି ଖାଦ୍ୟଗୁଡ଼ିକୁ ଗ୍ରହଣ କରି ଆପଣ ଏକ ସୁସ୍ଥ ନିଦ୍ରା ଉପଭୋଗ କରିପାରିବେ।









