ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବଡ଼ରାଉଳ କ୍ରିକେଟ ଟୁର୍ନାମେଣ୍ଟ : ଘୁଡୁକାପଦର ଚମ୍ପିୟାନ

ରିପୋର୍ଟ -ମାଗୁଣୀ ମିଶ୍ର 

ଭଞ୍ଜନଗର-୧୮/୪ : ଭଞ୍ଜନଗର ବ୍ଳକ ହରିଗଡ ପଞ୍ଚାୟତର ନୂଆଁପଲ୍ଲୀ ଠାରେ ଅନୁଷ୍ଠିତ ମା ବଡ଼ରାଉଳ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଗତ ମାର୍ଚ୍ଚ ୨୮ ତାରିଖରୁ ଏହି ଟୁର୍ନାମେଣ୍ଟର ଆରମ୍ଭ ହୋଇଥିବା ବେଳେ ଆଜିର ଏହି ଫାଇନାଲ ମ୍ୟାଚରେ ଗାଲେରୀ ଢ଼େପସାହି ଟିମକୁ କନ୍ଧମାଳ ଜିଲ୍ଲାର ଘୁଡୁକାପଦର ଟିମ ହରାଇ ଚମ୍ପିୟାନ ହୋଇଛି। ମୋଟ ୧୨ ଓଭର ଖେଳରେ ଘୁଡୁକାପଦର ସମସ୍ତ ୱିକେଟ୍‌ ହରାଇ ୧୧୩ ରନ କରିଥିଲା। ଏହାର ପିଛା କରି ଢ଼େପସାହି ଟିମ ମାତ୍ର ୯୨ ରନ୍‌ରେ ସମସ୍ତ ୱିକେଟ ହରାଇ ଦେଇ ପରାଜୟ ହୋଇ ରନର ଅପ୍‌‌ ଘୋଷିତ ହୋଇଥିଲେ। ମ୍ୟାଚରେ ବେଷ୍ଟ ବୋଲର ଆଲୋକ,ମ୍ୟାନ ଅଫ ଦି ସିରିଜ୍‌ କାହ୍ନା ଏବଂ ବେଷ୍ଟ ବ୍ୟାଟ୍ସ୍‌ ମ୍ୟାନ ଭାବେ ଚିନୁ ପୁରସ୍କୃତ ‌ହୋଇଥିଲେ। ଟୁର୍ନାମେଣ୍ଟରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ରାଜନେତା ରାଜ କୁମାର ସାହୁ,ସାମ୍ବାଦିକ ତଥା ପ୍ରାକ୍ତନ କ୍ରିଡାବିତ୍‌ ସୁଶାନ୍ତ କୁମାର ସାହୁ,ଜିତେନ୍ଦ୍ର କୁମାର ସେଠୀ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଭଞ୍ଜ ମାଟିର କଳା ସାହିତ୍ୟ ସଂସ୍କୃତିରେ ଭରପୁର ରହିଥିବା ‌ବେଳେ କ୍ରୀଡା କ୍ଷେତ୍ରରେ ମଧ୍ୟ ସ୍ବତନ୍ତ୍ର ପରିଚୟ ରଖିଛି। ଏଭଳି ‌ଖେଳ ଆୟୋଜନ ଦ୍ବାରା ଖେଳାଳୀ ମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାକୁ ସୁଯୋଗ ମିଳିବ ବୋଲି ଅତିଥି ମାନେ କହିଥିଲେ। ଏଥିସହ ଅତିଥି ମାନେ ଉଭୟ ଟିମ୍‌କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ସଞ୍ଜୀବ କୁମାର ଗୌଡ,ସିଲୁ ଦଳବେହେରା,ସୁରେଶ ଗୌଡ,ଅରୁଣ ଗୌଡ,ପବିତ୍ର ସେଠୀ,ରାଜୀବ ଗୌଡ,ବିଘ୍ନେଶ ପରିଚ୍ଛା,ଦ୍ବିିତୀ ପରିଚ୍ଛା,ଆକାଶ ଗୌଡ,କୃତିବାସ ପରିଚ୍ଛା,ଅମର ପରିଚ୍ଛା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!