ରିପୋର୍ଟ -ବଂଶୀଧର ସ୍ୱାଇଁ
ଗାଙ୍ଗପୁର-୧୭/୪–ବର୍ତ୍ତମlନ ଜନ ଗଣନା ୨୦୨୭ ପାଇଁ ଗୃହ ଗଣନା ଚାଲିଥିବା ବେଳେ ଆଜି ଗୃହ ଗଣନା ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି Iସୂଚନା ପ୍ରକାରେ ଆଜି ମୁନିଗାଡି ଉଚ୍ଛବେଶ୍ୱର ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ମଧୁସ୍ମିତା କହଁର ମୁନିଗାଡି ଗ୍ରାମରେ ସନ୍ଧ୍ୟା ୬ ଘଣ୍ଟ ସମୟରେ ଗୃହ ନମ୍ୱର୍ ଲେଖୁଥିବା ବେଳେ ତାଙ୍କୁ ହଠାତ୍ ଏକ ବିଷାକ୍ତ ଜନ୍ତୁ କାମୁଡି ଦେଇଥିଲା I ତାଙ୍କୁ ସଙ୍ଗେ ସଙ୍ଗେ ଗୋବରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା Iପରେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚକିତ୍ସାଳୟରେ ଭର୍ତ୍ତି କରାଯାଇଛି Iଖବର ପାଇ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ଭଞ୍ଜନଗର ମେଡ଼ିକାଲ କୁ ଯାଇ ମଧୁସ୍ମିତା ଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି I ବର୍ତ୍ତମାନ ମଧୁସ୍ମିତା ଙ୍କ ସ୍ବାସ୍ଥ୍ୟ ଉପରେ ଡାକ୍ତରୀ ଟିମ୍ ତୀକ୍ଷ୍ଣ ନଜର ରଖିଥିବା ବେଳେ ଆବଶ୍ୟକ ସ୍ଥଳେ ତାଙ୍କର ଉନ୍ନତ ମାନର ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର କିମ୍ବା କଟକ ପଠାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି Iପ୍ରକାଶ ଥାଉ କି ଆଜିକାଲି ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ସତ୍ତ୍ୱେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଜନଗଣନା କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ପ୍ରଶାସନ ତରଫରୁ ମଧ୍ୟ ଉପଯୋଗୀ ସହଯୋଗ କରିବା ପାଇଁ ଚର୍ଚ୍ଚା ହେଉଛି ।









