ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଆଲୋଚନା ଚକ୍ର

ବେଲଗୁଣ୍ଠା-୧୬/୦୪-କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ” ଜୈବ ବିବିଧତା ” ଶୀର୍ଷକ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଗିରିଧାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସେ ତାଙ୍କର ଅଭିଭାଷଣରେ ଜୈବ ବିବିଧତା ପ୍ରକୃତିର ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିଥାଏ ବୋଲି ବକ୍ତବ୍ୟ ରଖିଥିଲେ। ସମ୍ମାନୀୟ ଅତିଥି ଭାବେ ରାସାୟନିକ ବିଭାଗର ମୁଖ୍ୟ ଡ଼ଃ. ଇ. ରବି ନାରାୟଣ ପାତ୍ର ମଣିଷକୁ ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ଯୋଗାଇ ଦେବାରେ ଜୈବ ବିବିଧତାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ମତବ୍ୟକ୍ତ ରଖିଥିଲେ। ଅନ୍ୟତମ ଅତିଥି ଯୁବ ରେଡ଼କ୍ରସ ଉପଦେଷ୍ଟା ଡ଼ଃ. ସଞ୍ଜୀବ କୁମାର ଦାଶ ଜଳବାୟୁ ନିୟନ୍ତ୍ରଣ ଏବଂ ମୂର୍ତ୍ତିକା ସଂରକ୍ଷଣରେ ଏହାର ପ୍ରମୁଖ ଭୂମିକା ରହିଛି ବୋଲି ତଥ୍ୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ରୂପେ ବିଭାଗର ଅନୀତା ତ୍ରିପାଠୀ ” ରାଜ୍ୟ ଜୈବ ବିବିଧତା ବୋର୍ଡ ” ଧାରା ୨୨ରେ ଲେଖାଯାଇଛି ଯେ,ଜୈବ ବିବିଧତାର ଅଂଶଗୁଡିକୁ ଏପରି ଉପଯୋଗ କରିବା ଆବଶ୍ୟକ ଯେପରି ଜୈବ ବିବିଧତାର ଦୀର୍ଘକାଳୀନ ହ୍ରାସ ନ ହୋଇ ବର୍ତମାନ ଏବଂ ଭବିଷ୍ୟତପୀଢ଼ିର ଆବଶ୍ୟକତା ଓ ଆଶାକୁ ପୂରଣ କରିବାରେ ସମ୍ଭାବନାକୁ ବଜାୟୀ ରଖାଯାଇପାରିବ ବୋଲି ମନ୍ତବ୍ୟ ଦେଇଥିଲେ। ପ୍ରାରମ୍ଭରେ ୨ୟ ବର୍ଷର ଛାତ୍ରୀ ସାଇସ୍ମିତା ଜେନା “ଜୈବ ବିବିଧତା” ଶୀର୍ଷକ ସନ୍ଦର୍ଭ ପଠନ କରିଥିଲେ। ୨ୟ ବର୍ଷର ଛାତ୍ର ରିତେଶ ସ୍ୱାଇଁ ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ସହିତ ଉଦ୍ଭିଦ ବିଜ୍ଞାନର ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାକୁ ୨ୟ ବର୍ଷ ସାଗର ନାୟକ ସଂଯୋଜନା କରିଥିଲେ। ପରିଶେଷରେ ୨ୟ ବର୍ଷ ଛାତ୍ରୀ ସନ୍ଧ୍ୟାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଉଦ୍ଭିଦ ବିଜ୍ଞାନଗାରର ସହାୟକ ଭୂଷଣ ଗୌଡ଼ଙ୍କ ସହିତ ସମସ୍ତ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।




Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!