ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ନିଶାମୁକ୍ତ ଅଭିଯାନରେ ବୁଲିଲା ସଚେତନତା ରଥ।

ଭଞ୍ଜନଗର-(ମାଗୁଣି ମିଶ୍ର ): ବ୍ରହ୍ମାକୁମାରୀସ୍ ପକ୍ଷରୁ ଦେଶବ୍ୟାପୀ ଆୟୋଜିତ ହୋଇଥିବା ନିଶାମୁକ୍ତ ଅଭିଯାନ ପରିପ୍ରେକ୍ଷିରେ ଏକ ରଥ ଭଞ୍ଜନଗର ଉପସେବା କେନ୍ଦ୍ର ପକ୍ଷରୁ ମଧ୍ୟ ଆରମ୍ଭ ହୋଇଛି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ ଯୋଗିନୀ ସନ୍ତୋଷିନୀ ଭଉଣୀଙ୍କ ସହଯୋଗରେ ଉଦଘାଟନ କରିଥିଲେ। ଏଥିରେ ସହାୟିକା ଜିଲ୍ଲାପାଳ ରଚିତା ମହାପାତ୍ର,ଏସ୍‌ଆଇ ଲକ୍ଷ୍ମୀଧର ମହାନ୍ତି ଉପସ୍ଥିତ ଥିଲେ।

ଏହି ରଥ ପ୍ରଥମ ଦିବସରେ ଭଞ୍ଜନଗର ସହରର ବିଭିନ୍ନ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ପରିଭ୍ରମଣ କରିଛି। ଛାତ୍ରଛାତ୍ରୀ ତଥା ଯୁବପିଢୀଙ୍କୁ ନିଶାମୁକ୍ତ ସଚେତନତା ବାର୍ତ୍ତା ଭାଇଭଉଣୀଙ୍କ ସହଯୋଗରେ ଅବଗତ କରାଯାଉଛି। ପ୍ରାୟ ୭୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ତଥା ଯୁବପିଢୀ ନିଶାମୁକ୍ତ ଦେଶ ଗଠନରେ ସହାୟକ ହେବା ନିମନ୍ତେ ପ୍ରତିଜ୍ଞା ପତ୍ର ପୂରଣ କରିଥିଲେ। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ରଥ ଭଞ୍ଜନଗର ବ୍ଲକର ସମସ୍ତ ହାଇସ୍କୁଲ ଓ କଲେଜକୁ ଭ୍ରମଣ କରିବ ବୋଲି କେନ୍ଦ୍ର ସଞ୍ଚାଳିକା ଜଣାଇଛନ୍ତି। ବ୍ରହ୍ମା କୁମାର ବୈକୁଣ୍ଠ, ବ୍ରହ୍ମାକୁମାରୀ ପ୍ରାପ୍ତି, ଅନିତା, ଜ୍ୟୋତି ସ୍ୱରୂପା ସହଯୋଗ କରିଥିଲେ। ନଗରପାଳ ଗୋପବନ୍ଧୁ ମହାପାତ୍ର,ନିର୍ବାହୀ ଅଧିକାରୀ ମୂରଲୀକୃଷ୍ଣ ପଣ୍ଡା, ଅଧ୍ୟକ୍ଷ ଡ଼.ଦିଲ୍ଲୀପ କୁମାର ପ୍ରଧାନ,ଇଂ ସତ୍ୟ ରଞ୍ଜନ ପରିଡ଼ା,ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି,ସମାଜସେବୀ ଶୂଳପାଣି ଶତପଥୀ ପ୍ରମୁଖ ଏଥିରେ ସାମିଲ ଥିଲେ।

 

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!