ଭଞ୍ଜନଗର-(ମାଗୁଣି ମିଶ୍ର ): ବ୍ରହ୍ମାକୁମାରୀସ୍ ପକ୍ଷରୁ ଦେଶବ୍ୟାପୀ ଆୟୋଜିତ ହୋଇଥିବା ନିଶାମୁକ୍ତ ଅଭିଯାନ ପରିପ୍ରେକ୍ଷିରେ ଏକ ରଥ ଭଞ୍ଜନଗର ଉପସେବା କେନ୍ଦ୍ର ପକ୍ଷରୁ ମଧ୍ୟ ଆରମ୍ଭ ହୋଇଛି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ ଯୋଗିନୀ ସନ୍ତୋଷିନୀ ଭଉଣୀଙ୍କ ସହଯୋଗରେ ଉଦଘାଟନ କରିଥିଲେ। ଏଥିରେ ସହାୟିକା ଜିଲ୍ଲାପାଳ ରଚିତା ମହାପାତ୍ର,ଏସ୍ଆଇ ଲକ୍ଷ୍ମୀଧର ମହାନ୍ତି ଉପସ୍ଥିତ ଥିଲେ।

ଏହି ରଥ ପ୍ରଥମ ଦିବସରେ ଭଞ୍ଜନଗର ସହରର ବିଭିନ୍ନ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ପରିଭ୍ରମଣ କରିଛି। ଛାତ୍ରଛାତ୍ରୀ ତଥା ଯୁବପିଢୀଙ୍କୁ ନିଶାମୁକ୍ତ ସଚେତନତା ବାର୍ତ୍ତା ଭାଇଭଉଣୀଙ୍କ ସହଯୋଗରେ ଅବଗତ କରାଯାଉଛି। ପ୍ରାୟ ୭୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ତଥା ଯୁବପିଢୀ ନିଶାମୁକ୍ତ ଦେଶ ଗଠନରେ ସହାୟକ ହେବା ନିମନ୍ତେ ପ୍ରତିଜ୍ଞା ପତ୍ର ପୂରଣ କରିଥିଲେ। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ରଥ ଭଞ୍ଜନଗର ବ୍ଲକର ସମସ୍ତ ହାଇସ୍କୁଲ ଓ କଲେଜକୁ ଭ୍ରମଣ କରିବ ବୋଲି କେନ୍ଦ୍ର ସଞ୍ଚାଳିକା ଜଣାଇଛନ୍ତି। ବ୍ରହ୍ମା କୁମାର ବୈକୁଣ୍ଠ, ବ୍ରହ୍ମାକୁମାରୀ ପ୍ରାପ୍ତି, ଅନିତା, ଜ୍ୟୋତି ସ୍ୱରୂପା ସହଯୋଗ କରିଥିଲେ। ନଗରପାଳ ଗୋପବନ୍ଧୁ ମହାପାତ୍ର,ନିର୍ବାହୀ ଅଧିକାରୀ ମୂରଲୀକୃଷ୍ଣ ପଣ୍ଡା, ଅଧ୍ୟକ୍ଷ ଡ଼.ଦିଲ୍ଲୀପ କୁମାର ପ୍ରଧାନ,ଇଂ ସତ୍ୟ ରଞ୍ଜନ ପରିଡ଼ା,ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି,ସମାଜସେବୀ ଶୂଳପାଣି ଶତପଥୀ ପ୍ରମୁଖ ଏଥିରେ ସାମିଲ ଥିଲେ।









