ଧରାକୋଟ-(ଶ୍ରୀକାନ୍ତ ସାବତ)-ଧରାକୋଟ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ସୁଜିତ କୁମାର ପାଢ଼ୀ କାର୍ଯ୍ୟରେ ଯୋଗ ଦେଇଛନ୍ତି ।ଏଠାରେ କାର୍ଯ୍ୟରତ ବିଇଓ ରମେଶ ଚନ୍ଦ୍ର ସାହୁ ଅବସର ଗ୍ରହଣ ପରେ ଏହି ପଦବୀ ଖାଲି ପଡିଥିଲା ।ଆଜି ନୂଆଁ ବି ଇ ଓ କାର୍ଯ୍ୟାଳୟକୁ ଆସି ଦାୟିତ୍ୱ ଗ୍ରହଣ ପରେ ତାଙ୍କୁ ବିଆରସିସି ସୌରୀ ଶଙ୍କର ବେହେରା, ଏ ବି ଇ ଓ ବିଭୁତି ଭୂଷଣ ପାତ୍ର, ସି ଆର ସି ସି ଅଜିତ ସାହୁ, ଗୌରୀ ଶଙ୍କର ଶତପଥି, ସନ୍ୟାସୀ ସେଠୀ,ପ୍ରମୋଦ ସେଠୀ, ଆର କୁଲଦୀପ, ପ୍ରଭାତ କିରଣ ସାହୁ,ଜଗନ୍ନାଥ ପଢିହାରୀ, କିରଣ ବାଳା ନାୟକ,ଶର୍ମିଷ୍ଠା ପାତ୍ର, ବି ଆର ଟି ସୀତାକାନ୍ତ ପଣ୍ଡା ଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସ୍ୱାଗତ କରିଥିଲେ। ଏହି ଅବସରରେ ବିଇଓ ସରକାରୀ ଡାକ ସଭିଏଁ ପଢ଼ିବେ ସଭିଏଁ ବଢ଼ିବେର ସଫଳତା,ବିଦ୍ୟା ଳୟରେ ସାବଲୀଳ ଶିକ୍ଷାଦାନ ଏବଂ ଶିକ୍ଷଣୀୟ ପରିବେଶ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ ।









