ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଗାଲେରୀ ମନ୍ଦିର ଚୋରୀ ଘଟଣାଏସ୍‌ପିଙ୍କୁ ଫେରାଦ ହେଲା ପରିଚାଳନା କମିଟି

ଭଞ୍ଜନଗର-(ମାଗୁଣି ମିଶ୍ର ): ଗତ ୪ ତାରିଖ ଦିନ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମାଁ ଗାଲେରୀ ମନ୍ଦିରରେ ହୋଇଥିବା ଚୋରୀ ଘଟଣାର ରହସ୍ୟ ଉନ୍ମୋଚନ ହୋଇନି। ଏନେଇ ମଙ୍ଗଳବାର ମନ୍ଦିରର ପରିଚାଳନା କମିଟିର ସଦସ୍ୟ ମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଶ ବିସିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଚୋରୀ ଘଟଣାକୁ ୨୦ ଦିନରୁ ଅଧିକ ବିତି ସାରିଥିଲେ ବି ପୁଲିସ ମଧ୍ୟ ଆଖିଦୃଶିଆ ପଦକ୍ଷେପ ନେଇନଥିବା ସେମାନେ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦେବୀଙ୍କ ପ୍ରାୟ ୪୦୦ ଗ୍ରାମର ସୁନା, ୭ କେଜି ରୂପା ଅଳଙ୍କାର ସହ ୫ ଲକ୍ଷ ଟଙ୍କା ଚୋରୀ ହୋଇଥିବା ମନ୍ଦିର ପୂଜକ କାହ୍ନୁ ଚରଣ ଶତପଥୀ ଥାନାରେ ଅଭିଯୋଗ କରିଥିଲେ। ମନ୍ଦିରରେ ଲାଗିଥିବା ସିସି କ୍ୟାମେରା ହାର୍ଡ ଡିସ୍କକୁ ମଧ୍ୟ ଦୁର୍ବୁତ୍ତ ମାନେ ଲୁଟି ନେଇଥିଲେ। ଏହାପରେ ଚୋରୀ ସାମଗ୍ରୀ ଉଦ୍ଧାର କିମ୍ବା ଅପରାଧୀଙ୍କୁ ଧରିବା ଦିଗରେ କୌଣସି ଅଗ୍ରଗତି ହୋଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଥିବା ଦୃଷ୍ଟି ଆକର୍ଷଣ କରିଥିଲେ। ତେଣୁ ଏହି ଘଟଣାକୁ ଗୁରୁତର ସହ ନେଇ ଏସ୍‌ପି ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରି ତଦନ୍ତର ସମୀକ୍ଷା କରିବା ସହ ଜଣେ ଦକ୍ଷ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ତତ୍ତ୍ବବଧାନରେ ଏହାର ତଦନ୍ତ ତ୍ବରାନ୍ବିତ କରିବା ସହ ସ୍ବତନ୍ତ୍ର ଟିମ ଗଠନ କରାଯାଉ ବୋଲି ଏସ୍‌ପିଙ୍କ ସହ ଆଲୋଚନା କରି ଜଣାଇଛନ୍ତି। ଏହି ସମୟରେ ମନ୍ଦିର ପରିଚାଳନା କମିଟିର ପ୍ରତାପ ଚନ୍ଦ୍ର ପ୍ରଧାନ,ଶଙ୍କର୍ଷଣ ମହାରଥା,ବସନ୍ତ କୁମାର ବାଘ,ସୂର୍ଯ୍ୟ ନାରାୟଣ ଶତପଥୀ,ବିଷ୍ଣୁ ପ୍ରସାଦ ଗୌଡ,ଅବନୀ ଗୌଡ,ନିରଞ୍ଜନ ବେହେରା,କାମେଶ୍ବର ଗୌଡ,ପଦ୍ମ ଲୋଚନ ପ୍ରଧାନ,ଆଇନଜୀବୀ ସମୀର ନାୟକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ପୁଲିସ କେବେ ଏହି ଘଟଣାର ରହସ୍ୟ ଉନ୍ମୋଚନ କରି ଚୋରୀ ସାମଗ୍ରୀ ଉଦ୍ଧାର କରୁଛି ତାକୁ ସମସ୍ତଙ୍କ ଅପେକ୍ଷା ରହିଛି।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!