ଗାଙ୍ଗପୁର ବନ୍ଥପଳିରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା

ରିପୋର୍ଟ -ବଂଶୀଧର ଗୌଡ଼, ଗାଙ୍ଗପୁର 

ଗାଙ୍ଗପୁର-୨୪/୭: ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡି ଗ୍ରାମ ପଞ୍ଚାୟତର ବନ୍ଥପଳି ଗ୍ରାମରେ ଶ୍ରୀଜୀଉଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅତ୍ୟନ୍ତ ଶୃଙ୍ଖଳା ଓ ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି।

ଏହି ଅବସରରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ନୀତି ନିର୍ଦ୍ଧାରିତ ସମୟରେ ଓ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା। ଏହାପରେ ରାଜା ମନ୍ମଥ ରଣସିଂହ ସାମନ୍ତଙ୍କ ଦ୍ଵାରା ରଥ ଉପରେ ପାରମ୍ପରିକ ଛେରା ପହଁରା କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।

ଶ୍ରୀଜୀଉଙ୍କ ରଥ ଟାଣିବା ପାଇଁ ବନ୍ଥପଳି ସମେତ ନିକଟସ୍ଥ କେଶରପଳି, ମୁନିଗାଡି, କେନ୍ଦୁପଦର, ଚାଟୁଲା, ଖୁକୁଣ୍ଡିଆ ଓ ସିଙ୍ଗିପୁର ଗ୍ରାମର ଶହ ଶହ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା। ସ୍ଥାନୀୟ ପୋଲିସ ପ୍ରଶାସନର ସହାୟତା ଏବଂ ଗ୍ରାମ୍ୟ ମନ୍ଦିର କମିଟିର ସକ୍ରିୟ ପରିଚାଳନାରେ ସମସ୍ତ କାର୍ଯ୍ୟସୂଚୀ ଅତି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା। ପୂଜା କମିଟି ଓ ପୂଜକମାନଙ୍କ ସହଯୋଗରେ ରଥ ଉପରେ ଶ୍ରୀଜୀଉଙ୍କୁ ଭୋଗ ଅର୍ପଣ କରାଯାଇ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା।

ଶ୍ରୀଜୀଉ ମାଉସୀମା’ ମନ୍ଦିରରେ ବିରାଜମାନ କରିଥିବା ଦିନଗୁଡ଼ିକରେ ପ୍ରତିଦିନ ଭକ୍ତମାନଙ୍କ ତରଫରୁ ପୋଡ଼ପିଠା, ବିଭିନ୍ନ ପ୍ରକାର କାକରା, ଲଡୁ ଓ ଝିଲିପି ଭୋଗ ଲଗାଯାଇ ପ୍ରସାଦ ବଣ୍ଟନ କରାଯାଉଥିଲା। ବାହୁଡ଼ା ଯାତ୍ରା ଅବସରରେ ରାତ୍ରିରେ ଗ୍ରାମବାସୀଙ୍କ ପକ୍ଷରୁ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦ ସେବନର ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା।

ଏହି ଯାତ୍ରାକୁ ଶୃଙ୍ଖଳିତ ଏବଂ ଆନନ୍ଦମୁଖର କରିବାରେ ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ରାଜକିଶୋର ମହାନ୍ତି, ଗ୍ରାମ୍ୟ ସଭାପତି ଶରତ ଚନ୍ଦ୍ର ମହାନ୍ତ, ରଞ୍ଜିତ ପାଢ଼ୀ, ତ୍ରିପତି ପାତ୍ର, ବଂଶୀଧର ଗୌଡ଼, ପ୍ରଫୁଲ୍ଲ କୁମାର ସାବତ, କୃଷ୍ଣ ଚନ୍ଦ୍ର ମହାନ୍ତି, ରାଜକିଶୋର ଗୌଡ଼, ବାଳକୃଷ୍ଣ ସାବତ, ବାଜିରାମ ବେହେରା, ରାଧାମୋହନ ଗୌଡ଼, ଦେବରାଜ ରଣା, ରଞ୍ଜନ ବେହେରା, ଭଗବାନ ଗୌଡ଼, ବିପ୍ର ଗୌଡ଼, କବିରାଜ ଗୌଡ଼, କାମରାଜୁ ଗୌଡ଼, ଦିବାକର ଗୌଡ଼ ଓ ବିରୋଜ ସାବତ ପ୍ରମୁଖ ସକ୍ରିୟ ଯୋଗଦାନ କରି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *

और पढ़ें