ରିପୋର୍ଟ – ମାଗୁଣୀ ମିଶ୍ର, ଭଞ୍ଜନଗର
ଭଞ୍ଜନଗର -ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ଗ୍ରାମ ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟ ବିଲ/ବୁଦା ମୂଳରେ ଜଣେ କୋମଳମତି ନବଜାତ ଶିଶୁପୁତ୍ରକୁ କେହି ଅସହାୟ ଭାବେ ଛାଡ଼ି ଦେଇଥିବା ବେଳେ ଗାଈ ଚରାଉଥିବା ରାଇସର ଗୌଡ଼ ଶିଶୁଟିର କାନ୍ଦ ଶୁଣି ତୁରନ୍ତ ଧାନରୁଆ କାମ କରୁଥିବା ଲକ୍ଷ୍ମୀ ସେଠୀଙ୍କୁ ଖବର ଦେଇଥିଲେ। ପରେ ପୁଲିସ ଓ ଆଶାକର୍ମୀ ସାରଳା ନାୟକଙ୍କ ସହଯୋଗରେ ଶିଶୁଟିକୁ ପ୍ରାଥମିକ ଚିକିତ୍ସା ପରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଏସଏନସିୟୁରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ୧୯୦୦ ଗ୍ରାମ୍ ଓଜନ ବିଶିଷ୍ଟ ଏହି ଶିଶୁଟି ବର୍ତ୍ତମାନ ସୁସ୍ଥ ଥିବା ମେଡିକାଲ ତରଫରୁ ସୂଚନା ମିଳିଛି ।








