ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ରିପୋର୍ଟ -ମାଗୁଣୀ ମିଶ୍ର, ଭଞ୍ଜନଗର

ଭଞ୍ଜନଗର: ତାରସିଂ ଥାନା ଅଧୀନ ଶିଶୁଣ୍ଡା ଗ୍ରାମ ଶିବ ମନ୍ଦିର ନିକଟ କାଜୁ ଜଙ୍ଗଲରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର କୁନା ଗୌଡ଼। କୁନା ଆଜି ବାପାଙ୍କ ସହ ମିଶି ଜମିକୁ ଚାଷ କାମ ପାଇଁ ଯାଇଥିଲେ। ବାପା ଜମିରେ ଚାଷ କରୁଥିବା ବେଳେ ସେ ହଠାତ କୁଆଡେ ନିଖୋଜ ହୋଇଯାଇଥିଲେ। ବାପା ଖୋଜାଖୋଜି କରିବା ବେଳେ କିଛି ସମୟ ପରେ ଏକ କାଜୁ ଗଛରେ ପୁଅର ପୁଅର ଝୁଲନ୍ତା ଶବ ଠାବ କରିଥିଲେ। ତାରସିଂ ପୋଲିସ ପହଞ୍ଚି ମୃତଦେହ କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁ ର କାରଣ ଜଣା ପଡ଼ିନଥିବା ବେଳେ ଋଣ ଭାର ସହି ନପାରି କୁନା ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ କୁ ପୋଲିସ ଅପେକ୍ଷା କରିଛି। ତଦନ୍ତ ଜାରି ରହିଥିବା ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

और पढ़ें