ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବେଲଗୁଣ୍ଠାର ନେହେରୁ ମହିଳା ସମିତି ଦ୍ୱାରା ପାରମ୍ପରିକ ଲୋକ କଳା ‘ଦଣ୍ଡ ନାଟ’ ଓ ‘ଘଟ କଳସ’ ରାଜ୍ୟ ସ୍ତରରେ ପରିବେଷିତ ଓ ଉଚ୍ଚ ପ୍ରଶଂସିତ ।

ବ୍ୟୁରୋ ରିପୋର୍ଟ 

ଭୁବନେଶ୍ୱର-ଲୋକକଳାର ଓ ସଂସ୍କୃତିର ଏନ୍ତୁଡ଼ିଶାଳ ବେଲଗୁଣ୍ଠା ସହରର ପାରମ୍ପରିକ ଦଣ୍ଡ ନାଚ ଓ ଘଟ କଳସ କୋଠି ଶାଳ ନୃତ୍ୟ ରାଜ୍ୟ ସ୍ତରୀୟ ମଞ୍ଚରେ ପରିବେଷଣ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି ।ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ଭାରତୀୟ ବିଦ୍ୟା ଭବନ କେନ୍ଦ୍ରର ‘ମୁକ୍ତ ମଞ୍ଚ’ଠାରେ ଭାରତୀୟ ବିଦ୍ୟା ଭବନ ଏବଂ ଇନଫୋସିସ୍ ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ ପ୍ରସାର କାର୍ଯ୍ୟକ୍ରମର ୧୯୬ତମ ଅଧ୍ୟାୟ ଅନୁଷ୍ଠିତ ହୋଇଯାଇଛି।

ଏହି ସାଂସ୍କୃତିକ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାର ‘ନେହେରୁ ମହିଳା ସମିତି’ର କଳାକାରମାନଙ୍କ ଦ୍ୱାରା ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ‘ଦଣ୍ଡ ନାଟ’ ଏବଂ ‘ଘଟ କଳସ’ ବା ‘ମଙ୍ଗଳା ନାଟ’ ଅତି ଚିତ୍ତାକର୍ଷକ ଭାବେ ପରିବେଷଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଗୁରୁ ଗଜେନ୍ଦ୍ର ପଣ୍ଡା ଯୋଗ ଦେଇ କଳାକାରମାନଙ୍କୁ ଉତ୍ସାହିତ କରିବା ସହ ଓଡ଼ିଶାର ଲୋକକଳାର ସମୃଦ୍ଧି ଉପରେ ଆଲୋକପାତ କରିଥିଲେ।

ସମଗ୍ର କାର୍ଯ୍ୟକ୍ରମକୁ ଭାରତୀୟ ବିଦ୍ୟା ଭବନର ପ୍ରୋଗ୍ରାମ ଅଫିସର ତଥା ବିଶିଷ୍ଟ ନାଟ୍ୟକାର ମନ୍ମଥ କୁମାର ଶତପଥୀ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ।ନେହେରୁ ମହିଳା ସମିତିର ସମ୍ପାଦିକା ଟି. ବବିତା କୁମାରୀ ଏବଂ ଉପ-ସଭାପତି ଟି. ସ୍ୱପ୍ନା ବିନ୍ଧାଣୀରାଙ୍କ ନେତୃତ୍ୱରେ କଳାକାରମାନେ ମଞ୍ଚରେ ଆକର୍ଷଣୀୟ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ।ସମିତି ପକ୍ଷରୁ ପରିବେଷିତ ଦଣ୍ଡ ନାଟ (ଧୂଳି ଦଣ୍ଡ ଓ ଅଗ୍ନି ଦଣ୍ଡ)ରେ ଢୋଲିଆ ଭାବେ ଶତ୍ରୁଘ୍ନ ନାୟକ, ଶଙ୍କର ନାୟକ ଓ ନବଘନ ନାୟକ ସହଯୋଗ କରିଥିବା ବେଳେ ପ୍ରଭା ନାଟରେ ଶିବ ପାତ୍ର, ଅଗ୍ନି ଦଣ୍ଡ ଖେଳରେ ଉଜ୍ଜ୍ୱଳ ଦଳେଇ ଓ ଶିବ ପାତ୍ର ଏବଂ ବୀଣାକାର ଭାବେ ମହେଶ୍ୱର ବେହେରା ନିଜର କଳା ପ୍ରଦର୍ଶନ କରିଥିଲେ। ଚଢ଼େୟା ଭାବେ ଗନ୍ଧର୍ବ ପରିଡ଼ା ଏବଂ ଚଢ଼େୟାଣୀ ଭାବେ ଭୀମ ପାତ୍ର ନୃତ୍ୟ ପରିବେଷଣ କରିଥିଲେ।ଘଟ କଳସ ଓ ମଙ୍ଗଳା ନାଚରେ ଗାୟକ ଭାବେ କାହ୍ନୁ ପାତ୍ର ଏବଂ ନୃତ୍ୟକାର ଭାବେ ନାରାୟଣ ନାୟକ, ସନ୍ତୋଷ ପାତ୍ର ଓ ସୋନାଲି ପ୍ରମୁଖ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ।

 

ଏହି ସଫଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ତରୁଣ କଳାକାର ସଂଘର ସଂଗଠକ ସିଏଚ ଲିଙ୍ଗରାଜ ପାତ୍ର, ସମ୍ପାଦକ ଡି. ଗଗନ ବିହାରୀ ବିନ୍ଧାଣିରା ଏବଂ ଉପସଭାପତି ଚିନଂ ମହେନ୍ଦ୍ର କୁମାର ପାତ୍ର ପ୍ରମୁଖ ସମ୍ପୂର୍ଣ୍ଣ ପରିଚାଳନା କରିଥିଲେ। ରାଜଧାନୀ ବୁଦ୍ଧିଜୀବୀ ଓ କଳାପ୍ରେମୀଙ୍କ ଗହଣରେ ଏହି ପାରମ୍ପରିକ ଲୋକନୃତ୍ୟ ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ପୁର୍ବରୁ ମଧ୍ୟ ଚିନଂ ମହେନ୍ଦ୍ର କୁମାର ପାତ୍ରଙ୍କ ନେତୃତ୍ୱରେ ବେଲଗୁଣ୍ଠାର ପ୍ରସିଦ୍ଧ ମଣିଷ ବାଘ ନୃତ୍ୟ ଏହି ମଞ୍ଚରେ ପରିବେଷଣ କରାଯାଇ ବେଶ୍ ଆଦୃତ ହୋଇଛି ।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!