କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ; କାଠ ଚୟନ

ରିପୋର୍ଟ- ମାଗୁଣୀ ମିଶ୍ର, ଭଞ୍ଜନଗର

ଭଞ୍ଜନଗର-ଭଞ୍ଜନଗର ତହସିଲ ଅଧିନ କୁଲାଡ ଠାରେ ରହିଥିବା ଜଗନ୍ନାଥ ମନ୍ଦିରର ଚଳିତ ବର୍ଷ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ନିମନ୍ତେ ଆସନ୍ତା ୧୨ ତାରିଖ ଦିନ ପ୍ରଶାସନ,ପୁଲିସ,ମନ୍ଦିର ପରିଚାଳନା କମିଟି ସହ ବିଭିନ୍ନ ବିଭାଗୀୟ ଅଧିକାରୀକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ପୂର୍ବରୁ ଏକ କମିଟି ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିଥିବା ବେଳେ ଆଗାମୀ ଦିନରେ ନୀତିକାନ୍ତି ସହ ରଥ ନିର୍ମାଣ,ଶୃଙ୍ଖଳିତ ଯାତ୍ରା ଆଦି ସୁରଖୁରୁରେ ସମ୍ପାଦନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତବର୍ଷ ଚକ ଠାରୁ ଆରମ୍ଭ କରି ଅଖ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଜିନିଷକୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାରଙ୍କ ନେତୃତ୍ୱରେ ଉକ୍ତ ଟିମ୍ ରଥର ସ୍ଥିତି ଯାଞ୍ଚ କରିବା ପରେ ଆଜି ଶ୍ରୀ ମାହାରଙ୍କ ସହ ରାଜସ୍ବ ନିରୀକ୍ଷକ ଭଗବାନ ବେହେରା,ରଥ ନିର୍ମାଣ ମୁଖ୍ୟ ମହାରଣା ତ୍ରିନାଥ ମହାରଣା ପ୍ରମୁଖ ଉପସ୍ଥିତ ରହି କାଠ ଚୟନ କରିଥିଲେ। ପ୍ରାଶାସନିକ ଟିମ୍‌ ସମୀକ୍ଷା କରିବା ପରେ ରଥର ଚକ ଗୁଡିକୁ ନୂଆ କରିବା ସହ ଅଖକୁ ବଦଳାଇବା ପାଇଁ କମିଟି ପରାମର୍ଶ ଦେଇଥିଲେ। ଏହାପରେ ବନ ବିଭାଗ ସହଯୋଗରେ ଓଏଫ୍‌ଡିସିରୁ କିଭଳି ଆବଶ୍ୟକ ପରିମାଣର କାଠ ଅଣାଯାଇ ପାରିବ ଏନେଇ ଆଲୋଚନା ମଧ୍ୟ ହୋଇଥିଲା। ଆସନ୍ତା ୧୭ ତାରିଖରେ ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ପରିସରରେ ମନ୍ଦିର ସମୂହ,ଦେବୋତ୍ତର ବିଭାଗ ଅଧୀନରେ ରହିଥିବା ଜମିର ନିଲାମ କରାଯିବ। ତେଣୁ ଅଧିକରୁ ଅଧିକ ଲୋକ ନିଲାମରେ ଅଂଶଗ୍ରହଣ କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରକାଶ ଥାଉକି, କୁଲାଡ଼ ଜଗନ୍ନାଥ ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ପରିଚାଳିତ ହେଉଛି।

Leave a Reply

Your email address will not be published. Required fields are marked *

और पढ़ें