ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଭଞ୍ଜନଗର ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଠାରେ ବିଶ୍ୱ ପରିବେଶ ସୁରକ୍ଷା ଦିବସ ପାଳନ

ରିପୋର୍ଟ-ମାଗୁଣୀ ମିଶ୍ର, ଭଞ୍ଜନଗର 

ଭଞ୍ଜନଗର : ଆଜି ବିଶ୍ୱ ପରିବେଶ ସୁରକ୍ଷା ଦିବସ ଓ ଏହି ଅବସରରେ ଭଞ୍ଜନଗର ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ସ୍ରୋତ ଭବନ ଠାରେ ବିଶ୍ୱ ପରିବେଶ ଓ ସଚେତନ ଦିବସ ପାଳନ ହୋଇଛି। ଏହି ଅବସରରେ ଅତିଥି ଭାବେ ଭଞ୍ଜନଗର ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ସଂଚାଳିକା ସନ୍ତୋଷିନୀ ଭଉଣୀ ଓ ମୁଖ୍ୟ ଅତିଥି ଭାବେ ବ୍ୟୋମକେଶ ମିଶ୍ର,କୃତିବାସ ବିଶ୍ୱାଳ, ଶୁଳପାଣି ଶତପଥି, ପ୍ରଫୁଲ୍ଲ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ବର୍ତ୍ତମାନ ସମୟରେ ପରିବେଶ ପରିବର୍ତ୍ତନ ବିଶ୍ୱ ପାଇଁ ଚିନ୍ତାର ବିଷୟ ହୋଇଛି। ଯେଉଁ ପରିବେଶକୁ ମନୁଷ୍ୟ ନିଜର ସୁଖ ସୌନ୍ଦର୍ଯ୍ୟ ପାଇଁ ନଷ୍ଟ କରୁଛି, ସେହି ମନୁଷ୍ୟ ହାତରେ ପରିବେଶ ସୁରକ୍ଷା ଦାୟିତ୍ୱ ରହିଛି। ତେଣୁ ଏହି ସନ୍ଦେଶ କୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ରହ୍ମା କୁମାରୀ କେନ୍ଦ୍ର ଦ୍ୱାରା ଆୟୋଜିତ ସଚେତନ କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଛନ୍ତି। ଅନୁଷ୍ଠାନ ର ଭାଇ ଭଉଣୀ ମାନଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ପରେ ଅତିଥି ମାନଙ୍କୁ ଚାରା ବୃକ୍ଷ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ସମାଜସେବୀ ତଥା ପରିବେଶବିତ ଶୁଳପାଣି ଶତପଥି ପରିବେଶ ସୁରକ୍ଷା ଓ ଚାରା ଗଛ ରୋପଣ ଉପରେ ଆଧାରିତ ସଂଗୀତ ତଥା ଶପଥ ପାଠ କରାଇଥିଲେ। ପରିଶେଷରେ କୁନି କୁନି ଭଉଣୀମାନଙ୍କ ଦ୍ୱାରା ପରିବେଶ ସଚେତନତା ଉପରେ ଆଧାରିତ ନାଟକ ପରିବେଷଣ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମକୁ ଭଞ୍ଜନଗର ବନବିଭାଗ ସହଯୋଗ କରିବା ସହ ଚାରା ଗଛ ଯୋଗାଇ ଦେଇଥିଲେ। ଅତିଥିମାନେ ମଧ୍ୟ ବର୍ତ୍ତମାନ ସମୟରେ ପରିବେଶ ପରିବର୍ତ୍ତନକୁ କେବଳ ଜନ ସଚେତନତା ଓ ବୃକ୍ଷ ରୋପଣ ଦ୍ୱାରା ହିଁ ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!