ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଭଞ୍ଜନଗରରେ କଂଗ୍ରେସ ପ୍ରଭାରୀ: ଜିଲା ସଂଗଠନ ସୁଦୃଢ଼ ଉପରେ ବୈଠକ

ରିପୋର୍ଟ-ମାଗୁଣୀ ମିଶ୍ର, ଭଞ୍ଜନଗର

ଭଞ୍ଜନଗର: ଓଡ଼ିଶା କଂଗ୍ରେସ ପ୍ରଭାରୀ ଜେ.ଟି. କୁସୁମ କୁମାର ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଗଞ୍ଜାମ ଜିଲ୍ଲା କଂଗ୍ରେସ (ପଶ୍ଚିମ)ର ବିଭିନ୍ନ ନେତାଙ୍କୁ ପୃଥକ ପୃଥକ ଭାବେ ଭେଟି ଆଲୋଚନା କରିଛନ୍ତି। ଏହି ସମୟରେ ସମସ୍ତ ନେତା ସଂଘଠିତ ହୋଇ ଦଳକୁ ଆଗକୁ ନେବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ଆଲୋଚନା ସମୟରେ ଜିଲ୍ଲା କଂଗ୍ରେସ ସଭାପତି ବି. ଦଣ୍ଡପାଣି ପାତ୍ରଙ୍କ ସମେତ ସୋରଡ଼ା ବିଧାୟକ ପ୍ରାର୍ଥୀ ହରେକୃଷ୍ଣ ରଥ, ସାଧାରଣ ସମ୍ପାଦକ ବବି ରଥ, ଉପ-ସଭାପତି ସୁନାରାମ ସାବତ ଓ ରାଜ୍ୟ ସମ୍ପାଦିକା ସୁଦିପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଏହାପୂର୍ବରୁ କଂଗ୍ରେସ ନେତା ଦେବୀ ବିଷୋୟୀ, ଭଞ୍ଜନଗର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବିଷୋୟୀ, ପୂର୍ବତନ ଜିଲ୍ଲା କଂଗ୍ରେସ ସମ୍ପାଦକ ଜବାହାରଲାଲ ସାହୁ, ନାରାୟଣ ସେଠି, ଜଗନ୍ନାଥପ୍ରସାଦର ପୂର୍ବତନ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସନ୍ତୋଷ କୁମାର ପ୍ରଧାନ, ବରିଷ୍ଠ ନେତା ମନୋଜ କୁମାର ସାହୁ ଓ ସୀମା ବିଶୋଇ ପ୍ରମୁଖ ପ୍ରଭାରୀଙ୍କୁ ଭେଟି ଭବ୍ୟ ସ୍ୱାଗତ କରିବା ସହ ଦଳର ସାଂଗଠନିକ ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯେ, ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା ଗତ ରାଜ୍ୟସଭା ନିର୍ବାଚନ ସମୟରେ କ୍ରସ୍ ଭୋଟିଂ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଦଳ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ସେ ବିଧାୟକ ପଦ ସହିତ ଜିଲ୍ଲା ସଭାପତି ଦାୟିତ୍ୱରେ ମଧ୍ୟ ଥିଲେ। ତେବେ ତାଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ଜିଲ୍ଲାରେ ଦଳୀୟ ସଂଗଠନ ଆଶାନୁରୂପକ ଭାବେ ଆଗକୁ ବଢ଼ିପାରୁ ନଥିବା ଚର୍ଚ୍ଚା ହେଉଛି। ଏଭଳି ପରିସ୍ଥିତିରେ ପୂର୍ବତନ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ବି. ଦଣ୍ଡପାଣି ପାତ୍ରଙ୍କୁ ବର୍ତ୍ତମାନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି ଏବଂ ସେ ଦଳକୁ ସୁସଂଗଠିତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ରମେଶଙ୍କ ଅନୁପସ୍ଥିତିରେ ଦଣ୍ଡପାଣି ଦଳକୁ କେତେଦୂର ଆଗକୁ ନେଇପାରୁଛନ୍ତି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ଅପରପକ୍ଷରେ, ରମେଶଙ୍କୁ ସମର୍ଥନ କରୁଥିବା କଂଗ୍ରେସ ନେତାମାନେ ଏହି ଅବସରରେ ପ୍ରଭାରୀଙ୍କୁ ଭେଟି ନଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!