ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବେଲଗୁଣ୍ଠା ସହରରେ ସଫେଇ ଧିମା: କାଉନସିଲରଙ୍କ ଅଭିଯୋଗ ପରେ ବିଭିନ୍ନ ୱାର୍ଡ ବୁଲି ଦେଖିଲେ କାର୍ଯ୍ୟନିର୍ବାହୀ ଅଧିକାରୀ

ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହରରେ ଗତ କିଛି ଦିନ ହେବ ସଫେଇ କାର୍ଯ୍ୟ ଠିକ୍‌ ଭାବେ ହେଉନଥିବା ନେଇ ବିଭିନ୍ନ ସାହି ବାସିନ୍ଦା ଅଭିଯୋଗ କରିଆସୁଥିଲେ। ଏହି କ୍ରମରେ ଗତ ମଙ୍ଗଳବାର ସନ୍ଧ୍ୟାରେ ୧ ନମ୍ୱର୍ ୱାର୍ଡ କାଉନସିଲର ଭାସ୍କର ପାତ୍ର ଏ ନେଇ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କ ନିକଟରେ ଅଭିଯୋଗ କରିଥିଲେ। ସଫେଇ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ କାଉନସିଲରଙ୍କ ଏହି ଅଭିଯୋଗ ପରେ ପ୍ରଶାସନ ତତ୍କାଳ ତତ୍ପରତା ପ୍ରକାଶ କରିଥିଲା।

ଅଭିଯୋଗକୁ ଗମ୍ଭୀରତାର ସହ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବେହେରା, କାଉନସିଲର ଶ୍ରୀ ପାତ୍ରଙ୍କୁ ସାଥିରେ ଧରି ମଙ୍ଗଳବାର ରାତି ପ୍ରାୟ ୯:୦୦ ଟା ସମୟରେ ଏକ ମୋଟରସାଇକେଲ ଯୋଗେ ସହରର ବିଭିନ୍ନ ୱାର୍ଡ ଗସ୍ତ କରିଥିଲେ। ସେମାନେ ମିଳିତ ଭାବେ ସହରର ପ୍ରମୁଖ ବ୍ୟବସାୟିକ ଓ ଆବାସିକ ଅଞ୍ଚଳ ଯେପରିକି ହାଟପଦା, ସୁତୁମୁସର ରାସ୍ତା, ପରିବା ମାର୍କେଟ, ଆମିଷ ମାର୍କେଟ, ବାଙ୍କ ବଜାର ଏବଂ ଶାନ୍ତି ନଗର ଆଦି ସ୍ଥାନ ବୁଲି ସଫେଇ କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରିଥିଲେ। ଏହି ନିଶାର୍ଦ୍ଧ ପରିଦର୍ଶନ ସମୟରେ କିଛି ସ୍ଥାନରେ ସଫେଇ ସନ୍ତୋଷଜନକ ଥିବା ବେଳେ ଆଉ କିଛି ସ୍ଥାନରେ କାର୍ଯ୍ୟ ଅତ୍ୟନ୍ତ ଧିମା ଚାଲିଥିବା ଅଧିକାରୀ ଜଣକ ପ୍ରତ୍ୟକ୍ଷ କରିଥିଲେ।

ସଫେଇ କାର୍ଯ୍ୟରେ ଅବହେଳା ଦେଖି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବେହେରା ସେଠାରେ ଉପସ୍ଥିତ ସଫେଇ କର୍ମଚାରୀମାନଙ୍କୁ କଡ଼ା ତାଗିଦ୍ କରିବା ସହ ଠିକ୍ ରୂପେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଯଦି କାମରେ ଅବହେଳା ଜାରି ରହେ, ତେବେ ସମ୍ପୃକ୍ତ କର୍ମଚାରୀଙ୍କ ସିଫ୍ଟ ପରିବର୍ତ୍ତନ କରିବା ପାଇଁ ସେ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ସହରର ସ୍ୱଚ୍ଛତା ବଜାୟ ରଖିବା ପାଇଁ ବିଭିନ୍ନ ୱାର୍ଡର କାଉନସିଲରମାନଙ୍କୁ ସାଥିରେ ନେଇ ନିୟମିତ ଭାବେ ଏଭଳି ଆକସ୍ମିକ ତଦାରଖ ଜାରି ରହିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଏହିଭଳି ଜନହିତକର ଓ ତତ୍କାଳ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି ।

।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!