ଇଗନୋ ବି.ଇଡିର ୧୨ଦିନିଆ କାର୍ଯ୍ୟଶାଳା ଉଦଯାପିତ

ରିପୋର୍ଟ -ମାଗୁଣୀ ମିଶ୍ର,ଭଞ୍ଜନଗର

ଭଞ୍ଜନଗର: ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବି. ଇଡି କଲେଜରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ଆନୁକୁଲ୍ୟରେ 12 ଦିନିଆ କାର୍ଯ୍ୟଶାଳା ଉଦଯାପିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମଟି ବି.ଇଡି କଲେଜର ଅଧ୍ୟକ୍ଷ ତଥା ଇଗ୍ନୋ ପ୍ରୋଗ୍ରାମର ସଂଯୋଜକ ଡକ୍ଟର ଦିଲୀପ କୁମାର ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ , ବେଲଗୁଣ୍ଠା ଏବଂ ଭଞ୍ଜନଗର ବ୍ଲକ୍ ଦାୟିତ୍ୱରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଲୋପାମୁଦ୍ରା ରଥ ମୂଖ୍ୟ ଅତିଥୀ ଭାବେ ଯୋଗଦାନ କରିଥଲେ। ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର୍ ଡକ୍ଟର ସତ୍ୟବାଦୀ ମାର୍ଥା ଉତ୍କ କାର୍ଯ୍ୟଶାଳାର ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରିଥଲେ। ସମୁଦାୟ 55 ଜଣ ଶିକ୍ଷାର୍ଥୀ ବି. ଇଡି ଶିକ୍ଷାର ତାଲିମ୍ ପ୍ରାପ୍ତ କରିବା ନିମନ୍ତେ କାର୍ଯ୍ୟଶାଳାରେ ଯୋଗଦାନ କରିଥିଲେ। ଯେଉଁଥିରେ କି ବିଭିନ୍ନ ପ୍ରକାରର ବିଷୟ ଭିତ୍ତିକ ସମ୍ବଦ୍ଧରେ ସିଦ୍ଧାନ୍ତ ଭିତ୍ତିକ ଓ ବ୍ୟବହାରିକ ଜ୍ଞାନ ଗ୍ରହଣ କରିବେ , ତତ୍ ସହିତ ଶିକ୍ଷଣ କୌଶଳ, ପାଠ ଯୋଜନା, ଶିକ୍ଷାର୍ଥୀ ମାନଙ୍କ ସାମୂହିକ ବିକାଶ, ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ବ୍ୟବହାର, କ୍ରିୟାତ୍ମକ ଗବେଷଣା ,ବୃତ୍ତିଗତ ମନୋବୃତ୍ତି ଇତ୍ୟାଦିର ତାଲିମ୍ ପାଖା ପାଖି ୧୭ ଜଣ ସମ୍ବଳ ଶିକ୍ଷକଙ୍କ ଦ୍ୱାରା ଗ୍ରହଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମଚାରୀ ଯଥା ଏମ ରମେଶ କୁମାର,ଅକ୍ଷୟ କୁମାର ସାହୁ,ଜୋସ୍ନା କର,ମହେଶ କୁମାର ମାନସ ସାଗର ବେହେରା,ମନୁ ନାୟକ,ସୀମାଞ୍ଚଳ ପ୍ରଧାନ ଉପସ୍ଥିତ ଥିଲେ। ଛାତ୍ରୀ ଶ୍ରୋତାଙ୍ଗିନୀ ପ୍ରଧାନ, ସିବରଞ୍ଜନି ସାହୁ ଓ ଦିବ୍ୟାନି ମାର୍ଥା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଛାତ୍ରୀ ଜ୍ୟୋସ୍ନାରାଣୀ ସ୍ୱାଇଁ ଏବଂ ଏମ ସନ୍ତୋଷୀନୀ ପାତ୍ର ସଭା ପରିଚାଳନା କରିଥିଲେ।ଛାତ୍ରୀ ମାନସୀ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।ପ୍ରକାଶ ଯୋଗ୍ୟ କି ୨୦୨୪-୨୬ ସତ୍ରର ଇଗନୋ ବି. ଇଡି ଶିକ୍ଷାର୍ଥମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।

Leave a Reply

Your email address will not be published. Required fields are marked *

और पढ़ें