ଉନ୍ନୟନ କାର୍ଯ୍ୟ ରେ ସହମତି ପାଇଁ ଠିକାଦାର ସଂଘ ବୈଠକ

ରିପୋର୍ଟ-ଶ୍ରୀକାନ୍ତ କୁମାର ସାବତ, ଧରାକୋଟ 

ସରକାର ଙ୍କ ଦ୍ଵାରା ବିଜ୍ଞପ୍ତି ପ୍ରକାଶ ପାଉଥିବା ଠିକା କାମ ଗୁଡ଼ିକର କିପରି ସଫଳ ରୂପାୟନ ହୋଇପାରିବ ଏବଂ ଏଥିରେ କିପରି ସହମତି ଭିତ୍ତିରେ ସମସ୍ତେ ଅଂଶ ଗ୍ରହଣ କରିପରିବେ ସେଥି ପାଇଁ ବ୍ଲକ ଠିକାଦାର ସଂଘର ଏକ ବୈଠକ ସଭାପତି ଦେବରାଜ ଭୂୟାଁ ଙ୍କ ସଭାପତିତ୍ବରେ ନିକଟସ୍ଥ ମୁକ୍ତେଶ୍ଵର ପୀଠରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ସଂପ୍ରତି ସରକାରଙ୍କ ଜଳସେଚନ, ହରଭଙ୍ଗି ପ୍ରକଳ୍ପ ସହ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗର ଟେଣ୍ଡର କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।ଧରାକୋଟ ବ୍ଲକ ପରିସୀମା ଅଞ୍ଚଳର ସଦ୍ୟ ପ୍ରକାଶିତ ଟେଣ୍ଡର ଗୁଡିକରେ ମୂଳ ବା ସେଡୁଲ ମୂଲ୍ୟରେ ଇଚ୍ଛୁକ ଠିକାଦାର ଅଂଶ ଗ୍ରହଣ କରିବା ପାଇଁ ସଙ୍ଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସଂଘର ସାଂଗଠନିକ କାର୍ଯ୍ୟର ସମୀକ୍ଷା ସହ ପଞ୍ଜୀକରଣ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ସଭାପତିଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା ।

ଆଜିର ବୈଠକ ରେ ଉପ ସଭାପତି ପିଣ୍ଟୁ ପଟ୍ଟନାୟକ, ସମ୍ପାଦକ ସୁଦାମ ଗୌଡ଼,କୋଷାଧ୍ୟକ୍ଷ ପବିତ୍ର ମୁନି, ରୁଦ୍ର ପ୍ରସାଦ ଗୌଡ଼, ଶିବ ସୁଆର,ଦିବାକର ଜେନା, ଶ୍ୟାମ ସୁନ୍ଦର ପାଢ଼ୀ,ସମୀର ସ୍ୱାଇଁ, କାହ୍ନୁ ଚରଣ ଚୌଧୁରୀ, ଆକାଶ ଦାସ ,ସୁଶାନ୍ତ ମହାପାତ୍ର ଙ୍କ ସମେତ ବହୁ ଠିକାଦାର ଉପସ୍ଥିତ ରହି ସଂଘର ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *

और पढ़ें