କାଳବୈଶାଖୀରେ ଗଛ ପଡ଼ି ଭାଙ୍ଗିଲା ସ୍କୁଲ୍ ପାଚେରୀ

ବେଲଗୁଣ୍ଠା: ଗତକାଲି ସନ୍ଧ୍ୟା ସାତଟା ତିରିଶି ସମୟରେ ହଠାତ କାଳବୈଶାଖୀ ବର୍ଷା ହେବା ଫଳରେ ବେଲଗୁଣ୍ଠା ସହର ବାଙ୍କ ବଜାର ସ୍ଥିତ ପଟେଲ୍ ରୋଡ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ଶାଗୁଆନ ଗଛ ମୂଳରୁ ଉପାଡି ଯାଇ ବିଦ୍ୟାଳୟର ପାଚେରୀ କାନ୍ଥ ଉପରେ ପଡ଼ିବା ଫଳରେ କାନ୍ଥ ଭାଙ୍ଗିଯିବା ସହ ନିକଟରେ ଯାଇଥିବା ବିଦ୍ୟୁତ୍ ତାର ମଧ୍ୟ ଓହଳିକି ରହିଥିବା ଦେଖିବାକୁ ମିଳିଥିଲା । ବେଲଗୁଣ୍ଠାରେ ବିଦ୍ୟୁତ୍ ବିଚ୍ଛିନ୍ନ ମଧ୍ୟ ହୋଇଯାଇଥିଲା। ତେବେ ବାଙ୍କ ବଜାର ବେଲଗୁଣ୍ଠା ସହରର ମୁଖ୍ୟ ବାଣିଜ୍ୟିକ ସ୍ଥଳୀ ହୋଇଥିବା ବେଳେ ସନ୍ଧ୍ୟା ସାତଟା ତିରିଶିସମୟରୁ ଗଛ ପଡ଼ିବା ସହ ବିଦ୍ୟୁତ୍ ତାର ଗୁଡ଼ିକ ଓହଳି ରହିଥିଲେ । ସେଠାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *

और पढ़ें