ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଜଗଦଳପୁର ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା ମାଉସୀ ମାଁ ଘରେ ମଣ୍ଡା ଓ କାକରା ଖାଇଲେ ମାଁ

ବ୍ରହ୍ମପୁର: ଜଗଦଳପୁର ପ୍ରସିଦ୍ଧ ମାଁ ବୁଢ଼ୀ ସାଆନ୍ତାଣୀ ଠାକୁରାଣୀ ଶୁକ୍ରବାର ରାତିରେ ଅସ୍ଥାୟୀ ମଣ୍ଡପରୁ ବାହାରି ଉତ୍ତର ବଡ଼ ସାହି ସ୍ଥିତ ମାଉସୀ ମାଁ ବି.ଆପନା ପାତ୍ରଙ୍କ ଘରେ ପହଞ୍ଚିଥିଲେ। ପରମ୍ପରା ଅନୁସାରେ ମାଁ ବୁଢ଼ୀ ଠାକୁରାଣୀ ନିଜ ମାଉସୀ ମାଁ ପାତ୍ର ପରିବାର ଘରେ ପହଞ୍ଚି ସେଠାରେ ପୂଜାର୍ଚ୍ଚନା ପାଇବା ପରେ ମଣ୍ଡା ପୀଠ ଓ କାକରା ଭୋଗ ଖାଇ ଅସ୍ଥାୟୀ ମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଶନିବାର ସନ୍ଧ୍ୟାରେ ଅସ୍ଥାୟୀ ମଣ୍ଡପରେ ସନ୍ଧ୍ୟା ଆଳତି ପରେ ମାଁ ସାଆନ୍ତାଣୀ ଏକ ବିରାଟ ପଟୁଆରରେ ନଗର ଭ୍ରମଣରେ ବାହାରି ଭକ୍ତକୁ ଦର୍ଶନ ଦେଇଥିଲେ।

ଏହି ଅବସରରେ ମହିଳା ଶ୍ରଦ୍ଧାଳୁ ମାନେ ମାଁଙ୍କ ଚରଣରେ ଜଳ ଲାଗି କରିବା ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ମାଁ ପ୍ରଥମେ ଗ୍ରାମର ମୁଖ୍ୟ ରାସ୍ତାଦେଇ ଭୂତ ସାହିରେ ପହଞ୍ଚି ପୂଜା ପାଇବା ପରେ ନିକଟସ୍ଥ ପାଟ୍ଟସାଲିଆ ସାହିରେ ପହଞ୍ଚିଥିଲେ। ମାଁଙ୍କୁ ପାଟ୍ଟସାଲିଆ ସାହି ବାସିନ୍ଦା ଘଣ୍ଟ ସ୍ଥଳ, ମୃଦଙ୍ଗ ସହିତ ଧୂପ ଦୀପ ନୈବେଦ୍ୟ ଅର୍ପଣ କରି ସ୍ୱାଗତ ଜଣାଇଥିଲେ ମାଁ ସାହି ଭ୍ରମଣ କରି ପୁଣି ଅସ୍ଥାୟୀ ମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଅବସରରେ ମନ୍ଦିର ମୁଖ୍ୟ ଡାକୁଆ ପୂଜକ ସମେତ ବ୍ରହ୍ମପୁର ସହରର ଗନ୍ତାୟତ ପୂଜକ ଏବଂ ମାଁ ବୁଢ଼ୀ ସାଆନ୍ତାଣୀ ଠାକୁରାଣୀ ଯାତ୍ରା କମିଟି ସଦସ୍ୟ ଡ଼ା.ଉମାକାନ୍ତ ସାହୁ,ପଞ୍ଚାନନ ସାହୁ,ଉଦୟ ନାଥ ସାହୁ,ହରିଶ୍ଚନ୍ଦ୍ର ସାହୁ,ଶିଶିର ସାହୁ,ସଂଜୟ ସାହୁ ପ୍ରମୁଖ ଉପସ୍ଥିତ ରହି ଯାତ୍ରା ପରିଚାଳନା କରିଥିଲେ। ଘଟ ପରିକ୍ରମାକୁ ସୁଚାରୁ ରୂପେ ପରିଚାଳନା ପାଇଁ ନିମଖଣ୍ଡି ଥାନା ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ରବିବାର ଦିନ ମାଁ ଠାକୁରାଣୀ ଅସ୍ଥାୟୀ ମଣ୍ଡପ ରୁ ନଗର ଭ୍ରମଣରେ ବାହାରି ସନ୍ତୋଷୀ ନଗର ଏବଂ ନାୟକ ସାହିରେ ଭକ୍ତ ଙ୍କୁ ଦର୍ଶନ ଦେବାପରେ ପୁଣି ଅସ୍ଥାୟୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।

 

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!