ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ପ୍ରଶାସନର ଅବହେଳା: ଶେଷରେ ମିଳିତ ଭାବେ ପୋଖରୀ ସଫା କଲେ ଡେଙ୍ଗାପଦର ଗ୍ରାମବାସୀ

ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ପଞ୍ଚାୟତର ଡେଙ୍ଗାପଦର ଗ୍ରାମରେ ପ୍ରଶାସନିକ ଅବହେଳାର ଏକ ଚିତ୍ର ସାମ୍ନାକୁ ଆସିଛି, ଯେଉଁଠି ଦୀର୍ଘ ଦିନର ଦାବି ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ଗ୍ରାମବାସୀମାନେ ନିଜେ ପୋଖରୀ ସଫେଇ କାର୍ଯ୍ୟ ହାତକୁ ନେଇଛନ୍ତି। ଗ୍ରାମର ପ୍ରାୟ ୨୦୦ ପରିବାରର ୫୦୦ରୁ ଅଧିକ ଲୋକ ଦୈନନ୍ଦିନ ବ୍ୟବହାର କରୁଥିବା ପନ୍ଦରା ସାହି ପୋଖରୀଟି ଗତ ପାଞ୍ଚ ବର୍ଷ ଧରି ଦଳ ଏବଂ ଅନାବନା ଲତାବୁଦାରେ ଭର୍ତ୍ତି ହୋଇ ପଡ଼ିରହିଥିଲା। ଏହି କାରଣରୁ ଏଠାରେ ବନ୍ୟ ଜନ୍ତୁ ଲୁଚି ରହିବା ସହ ଦୂଷିତ ଜଳ ଯୋଗୁଁ ସ୍ଥାନୀୟ ଲୋକେ ଚର୍ମରୋଗରେ ଆକ୍ରାନ୍ତ ହେଉଥିଲେ। ଚଳିତ ଗ୍ରୀଷ୍ମ ଋତୁରେ ଜଳକଷ୍ଟ ଯୋଗୁଁ ବାଧ୍ୟ ହୋଇ ଲୋକେ ଏହି ଅପରିଷ୍କାର ପୋଖରୀ ବ୍ୟବହାର କରୁଥିବା ବେଳେ, ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇନଥିଲା। ଏହାର ପ୍ରତିବାଦ ସ୍ୱରୂପ ଗ୍ରାମର ଶୁକଦେବ ବାଡତ୍ୟା, ଶଙ୍କର ପଣ୍ଡା, ଜଗନ୍ନାଥ ବେହେରା, ରାମଚନ୍ଦ୍ର ସ୍ୱାଇଁ, ଅନୀଳ ସ୍ୱାଇଁ, ସୂର୍ଯ୍ୟ ନାରାୟଣ ପ୍ରଧାନ, ପଞ୍ଚୁ ମହାନ୍ତି, ଜୟ ବାଡତ୍ୟାଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ମିଳିତ ଭାବେ ଶ୍ରମଦାନ କରି ପୋଖରୀରୁ ଦଳ ଓ ବୁଦା ସଫା କରିଛନ୍ତି। ତେବେ ପୋଖରୀର ସ୍ଥାୟୀ ପୁନରୁଦ୍ଧାର ପାଇଁ ପ୍ରଶାସନ ତୁରନ୍ତ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!