ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ରେବତୀ ନଗର ସ୍ଥିତ ପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ ‘ଆଶିଷ୍ ଡ୍ୟାନ୍ସ୍ ଷ୍ଟୁଡିଓ’ (ADS)ର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠାନର ପ୍ରତିଷ୍ଠାତା ଆଶିଷ୍ କୁମାର ବେହେରାଙ୍କ ପୌରୋହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଆଶିଷଙ୍କ ପିତା ବଳରାମ ବେହେରା ଓ ମାତା ଶଙ୍କରୀ ବେହେରା ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କେ. ନୂଆଁଗଡ଼ ସ୍ଥିତ ଶ୍ରୀ ବୃନ୍ଦାବନଚନ୍ଦ୍ର ଗୌଡୀୟ ମଠର ମଠାଧୀଶ ମହନ୍ତ ଅନନ୍ତ ନାରାୟଣ ଦାସ ଜୀ ଯୋଗଦେଇ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ।

କାର୍ଯ୍ୟକ୍ରମରେ ପ୍ରତାପ ଲକ୍ଷ୍ମଣପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆ ମୁଖ୍ୟବକ୍ତା ରୂପେ ଯୋଗଦେଇ ପିଲାମାନଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟାରେ ନୃତ୍ୟକୁ ସାମିଲ କରିବା ପାଇଁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ।

ଏଥିସହ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷା ମାମା ପରିଡ଼ା, ବେଲଗୁଣ୍ଠା ପ୍ରେସକ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, କୋଷାଧ୍ୟକ୍ଷ ବିଭୂପାଦ ଜେନା, ଟ୍ରଷ୍ଟ୍ ଅଧ୍ୟକ୍ଷ ସ୍ବସ୍ତି ସୁନ୍ଦର ସିଅ, ବସୁନ୍ଧରା ପବ୍ଲିକ ସ୍କୁଲ ପ୍ରତିଷ୍ଠାତା ଭକ୍ତରାମ୍ ଦାସ ଓ ବରିଷ୍ଠ ସମାଜସେବୀ ଭି. ଦେବୀ ପ୍ରସାଦ ପାତ୍ର ମଞ୍ଚାସୀନ ଥିଲେ ଏବଂ ଅନ୍ୟାନ୍ୟ ସ୍ଵତନ୍ତ୍ର ଅତିଥି ଭାବେ ଶିକ୍ଷକ ସନ୍ତୋଷ ବିଷୋୟୀ, ସୂର୍ଯ୍ୟ ନାରାୟଣ ସାହୁ, ବିଦେଶୀ ନାୟକ, ସୂର୍ଯ୍ୟ ନାରାୟଣ ତ୍ରୀପାଠୀ, ଶିବରାମ ଚୌଧୁରୀ, ଦିବ୍ୟ ରଞ୍ଜନ ଦାସ, ଭାସ୍କର ପାତ୍ର, ପପୁ ବେହେରା, ଆଲୋକ ସାହାଣୀ, କୁଞ୍ଜବିହାରୀ ନାୟକ, ରାମକୃଷ୍ଣ ପାତ୍ର, ଦ୍ଵିତିକୃଷ୍ଣ ସାହୁ, ପ୍ରଦୀପ ସ୍ୱାଇଁ, ମଡେଲ ଶେରିନ୍ ଜେନିଫର୍, ମାଧବ ସାହୁ, ସୁପ୍ରିୟା ସାହୁ ଓ କରିସ୍ମା ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅନୁଷ୍ଠାନ ତରଫରୁ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଶିକ୍ଷକ ତଥା ସାହିତ୍ୟିକ ଶିଶିର କୁମାର ସ୍ବାଇଁ ଅତିଥି ସ୍ବାଗତ, ମଞ୍ଚ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଅନୁଷ୍ଠାନର ମୁଖ୍ୟ ସହଯୋଗୀ ରିଟୁ ସ୍ୱାଇଁ, ଶିବାନନ୍ଦ ସାହୁ, ସାଗର ନାୟକ,ଧରିତ୍ରୀ ପରିଡ଼ା ଏବଂ କୋରିଓଗ୍ରାଫର୍ ଭରତଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଶେଷରେ ମଞ୍ଚ ଉପସ୍ଥାପକ ଜିତେନ୍ କୁମାର ସାହୁ,ମିଥୁନ ନାୟକ ଓ ସ୍ବସ୍ତି ସୁନ୍ଦର ସିଅଙ୍କ ବଳିଷ୍ଠ ସଂଯୋଜନାରେ ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉପସ୍ଥିତ ଦର୍ଶକ ଓ ଅଭିଭାବକମାନଙ୍କୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମନ୍ତ୍ରମୁଗ୍ଧ କରି ରଖିଥିଲେ, ଯେଉଁଥିରେ ଭଜରାମ ବେହେରା, କାହ୍ନା, ବାଦଲ, ହରି, ରିଟୁ, ପ୍ରବୀଣ, ସୁବ୍ରତ ଓ ଅନ୍ୟାନ୍ୟ ଅଭିଭାବକମାନେ ସକ୍ରିୟ ସହଯୋଗ କରିଥିଲେ।









