ସ୍ବର୍ଗତ ରାଜେନ୍ଦ୍ର ପଣ୍ଡାଙ୍କ ଦ୍ୱାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

ରିପୋର୍ଟ-ମାଗୁଣୀ ମିଶ୍ର,ଭଞ୍ଜନଗର

ଭଞ୍ଜନଗର କଳିଙ୍ଗନଗର ସ୍ଥିତ ବାସଭବନରେ ଆଜି ଗୁରୁବାର ଦିନ ସ୍ୱର୍ଗତ ରାଜେନ୍ଦ୍ର ପଣ୍ଡାଙ୍କ ଦ୍ୱାଦଶାହ ତିଥି ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ତାଙ୍କ ବାସଭବନ ସମ୍ମୁଖରେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ମାଗୁଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।

ଏହି ଶୋକସଭାରେ ସର୍ବଶ୍ରୀ ଗୋପାଳ ଚନ୍ଦ୍ର ଦାସ, ବିଜୟ କୁମାର ଦାସ, ସୁବଳ ଚନ୍ଦ୍ର ଭୂୟାଁ, କୁନା ନାୟକ, ସତ୍ୟନାରାୟଣ ପଣ୍ଡା, ଅଶୋକ ପୋଲାଇ, ଗୌରୀ ଶଙ୍କର ପ୍ରଧାନ, ବିକ୍ରମ ସାମଲ ଓ ସ୍ୱର୍ଗତ ପଣ୍ଡାଙ୍କ ପରିବାର ବର୍ଗଙ୍କ ସମେତ ଅନେକ ବନ୍ଧୁବର୍ଗ ଏବଂ ସ୍ଥାନୀୟ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ। ସଭାରେ ଉପସ୍ଥିତ ଅତିଥିମାନେ ସ୍ୱର୍ଗତ ରାଜେନ୍ଦ୍ର ପଣ୍ଡାଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ଗୁଣଗାନ କରିଥିଲେ।

ତାଙ୍କ ଭଳି ଜଣେ ପରୋପକାରୀ, ହୃଦୟବାନ, ମେଳାପୀ  ବ୍ୟକ୍ତି ସମାଜରେ ବିରଳ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସମସ୍ତଙ୍କ ସୁଖ-ଦୁଃଖ ଓ ବିପଦ ସମୟରେ ସେ ସର୍ବଦା ଆଗଧାଡ଼ିରେ ଠିଆ ହେଉଥିବାର ଅନେକ ଉଦାହରଣ ଉପସ୍ଥିତ ବ୍ୟକ୍ତିମାନେ ନିଜ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ତାଙ୍କ ଭଳି ଜଣେ ଅମାୟିକ ବ୍ୟକ୍ତିତ୍ୱଙ୍କୁ ହରାଇ ସମଗ୍ର ଭଞ୍ଜନଗର ଅଞ୍ଚଳରେ ଏବେ ଶୋକର ଛାୟା ଖେଳିଯାଇଛି ।

ଶେଷରେ ସ୍ୱର୍ଗତ ଆତ୍ମାର ସଦ୍‌ଗତି କାମନା କରି ସଭାରେ ଦୁଇ ମିନିଟ୍‌ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଗତ ମେ’ ୧୦ ତାରିଖରେ ତାଙ୍କର ପରଲୋକ ଘଟିଥିଲା।

Leave a Reply

Your email address will not be published. Required fields are marked *

और पढ़ें