ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବନ୍ଧୁତା ଓ ବିଶ୍ୱାସରେ ବିଷ ଦେଲା ପ୍ରେମିକ: ରାଜଧାନୀରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଭିଡିଓ ଭାଇରାଲ୍ ଧମକ ଦେଇଥିବା ପ୍ରେମିକ ସହ ୪ ଗିରଫ

ବ୍ୟୁରୋ ରିପୋର୍ଟ 

ଭୁବନେଶ୍ୱର-ରାଜଧାନୀ ଭୁବନେଶ୍ୱରର ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ଓ ଅନ୍ୟ ତିନି ବନ୍ଧୁ ମିଶି ଗଣଦୁଷ୍କର୍ମ କରିବା ଭଳି ଏକ ଅମାନବୀୟ ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଶୁଭଙ୍କର ପାଢ଼ୀ ପାଖାପାଖି ବର୍ଷେ ହେବ ପୀଡ଼ିତା ଇଞ୍ଜିନିୟରିଂ ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ତେବେ ଏହି ପବିତ୍ର ସମ୍ପର୍କକୁ ଅସ୍ତ୍ର କରି ଶୁଭଙ୍କର ଏକ ଜଘନ୍ୟ ଷଡ଼ଯନ୍ତ୍ର ରଚିଥିଲେ ଏବଂ ଗତ ଏପ୍ରିଲ ମାସରେ ଏକ ଭୋଜିର ବାହାନା କରି ଛାତ୍ରୀଜଣଙ୍କୁ ନିଜ ରୁମ୍‌କୁ ଡାକିଥିଲେ, ଯେଉଁଠାରେ ପୂର୍ବରୁ ତାଙ୍କର ତିନି ସାଙ୍ଗ ସିପୁନ ବେହେରା, ରତିରଞ୍ଜନ ତରାଇ ଏବଂ ରଞ୍ଜନ ବେହେରା ମଦ୍ୟପାନର ଆସର ଜମାଇଥିଲେ। ସେଠାରେ ଅଭିଯୁକ୍ତମାନେ ଛାତ୍ରୀଙ୍କୁ ଜବରଦସ୍ତି ନିଶାଦ୍ରବ୍ୟ ପିଆଇ ନିଶାସକ୍ତ କରିବା ପରେ ଜଣକ ପରେ ଜଣେ ତାଙ୍କ ସହ ବର୍ବରତା ପ୍ରଦର୍ଶନ କରି ଗଣଦୁଷ୍କର୍ମ କରିଥିଲେ ଏବଂ ଏହି ସମସ୍ତ କଳାକାରନାମାର ଭିଡିଓ ତଥା ଫଟୋ ମଧ୍ୟ ଉତ୍ତୋଳନ କରିଥିଲେ।

ଘଟଣା ପରେ ଅଭିଯୁକ୍ତମାନେ ସେହି ଭିଡିଓ ଭାଇରାଲ୍ କରିଦେବା ସହ ଜୀବନରୁ ମାରିଦେବାର ଧମକ ଦେଇ ପୀଡ଼ିତାଙ୍କୁ ଭୟଭୀତ କରିଥିଲେ । କିନ୍ତୁ ପରେ ଆଉ ଥରେ ରୁମ୍ କୁ ଡାକିବାରୁ ପିଡୀତା ମନା କରିଥିଲେ ଏବଂ ଅଭିଯୁକ୍ତ ମାନେ ଭିଡିଓ ଭାଇରାଲ କରିବାର ଧମକ ମଧ୍ୟ ଦେଇଥିଲେ ।

ଉପାୟଶୂନ୍ୟ ହୋଇ ଛାତ୍ରୀଜଣଙ୍କ ନିଜ ପରିବାରକୁ ସବୁ କଥା ଜଣାଇବା ପରେ ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ତୁରନ୍ତ ତଦନ୍ତ କରି ଚାରିଜଣ ଅଭିଯୁକ୍ତ ବି.ଟେକ୍ ଛାତ୍ରଙ୍କୁ ଗିରଫ କରିବା ସହ ସେମାନଙ୍କ ମୋବାଇଲ୍ ଜବତ କରି ସେଥିରୁ ଆପତ୍ତିଜନକ ଭିଡିଓ ପ୍ରମାଣ ପାଇଛି ଏବଂ ସମସ୍ତ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିବା ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!