ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ତନରଡ଼ା ୮ମ ବାଟାଲିଅନ୍ ହାବିଲଦାରଙ୍କ ଆତ୍ମହତ୍ୟା

ବେଲଗୁଣ୍ଠା-ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଅଷ୍ଟମ ସ୍ୱତନ୍ତ୍ର ବାଟାଲିଅନର ହାବିଲଦାର ଦେବାଶିଷ ବେହେରା ମଙ୍ଗଳବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।ଟ୍ରେଡିଙ୍ଗରେ ବିପୁଳ କ୍ଷତି ଯୋଗୁଁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସୂଚନା ପ୍ରକାରେ ସ୍ବର୍ଗତ ଦେବାଶିଷଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରପୁଟ ଗ୍ରାମର ସୁବ୍ରତ ବେହେରାଙ୍କ ପୁଅ। ଦେବାଶିଷଙ୍କ ଦୁଇଟି ଝିଅ ହୋଇଥିବା ବେଳେ ସାନ ଝିଅ ର ଛାତିରେ ଅସୁବିଧା ଥିବା ଜଣାପଡିଛି l ସ୍ତ୍ରୀ ସହ ଝିଅମାନେ ପରିବାର ସହିତ ନିଜ ଗ୍ରାମରେ ରହି ଆସୁଛନ୍ତି ।

ମଙ୍ଗଳବାର ରାତିରେ ହାବିଲଦାର ଦେବାଶିଷ ବେଲଗୁଣ୍ଠା ଥାନା ଅନ୍ତର୍ଗତ କୁରୁଳେଇ ରାସ୍ତାର ଏକ କାକପୋଇ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

ଖବରପାଇ ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ। ଏନେଇ ବେଲଗୁଣ୍ଠା ଥାନାରେ କେଶ୍ ନମ୍ୱର୍ ୧୬/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଦେବାଶିଷଙ୍କ ପରିବାର ଲୋକଙ୍କୁ ଡକାଇ ତାଙ୍କ ଶବ ବାପାଙ୍କୁ ହସ୍ତାନ୍ତର କରାଯାଇଛି।

ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିନଥିଲେ ମଧ୍ୟ ଋଣ ହେତୁ ମାନସିକ ଅବସାଦରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ଖବର ପ୍ରକାରେ, ଦେବାଶିଷ ୧୪ ଲକ୍ଷ ଟଙ୍କାର ଗୃହ ଋଣ ଉଠାଇବା ସହିତ ବାହାରୁ ମଧ୍ୟ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଧାର କରି ଟ୍ରେଡିଂରେ ଲଗାଇଦେଇଥିଲେ। ଟ୍ରେଡିଂରେ କ୍ଷତି ସହିବା ସହିତ ଧାର କରିଥିବା ଲୋକଙ୍କ ଟଙ୍କା ଫେରାଇ ନପାରି ମାନସିକ ଚିନ୍ତାରେ ବିଚଳିତ ହୋଇ ଆତ୍ମହତ୍ୟା କରିଥିବା ଆଲୋଚନା କରାଯାଉଛି।ଏହି ଖବର ପ୍ରଚାରିତ ହେବା ପରେ ଅଷ୍ଟମ ବାଟାଲିୟନ ପରିସରରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!