ରିପୋର୍ଟ-ମାଗୁଣୀ ମିଶ୍ର
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଉପଖଣ୍ଡରେ ୩୩% ମହିଳା ସଂରକ୍ଷଣ ଆଇନ କୁ ନେଇ ମଶାଲ ଶୋଭାଯାତ୍ରା ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରଯାଇଥିଲା। ଏହି କାର୍ଯ୍ୟକ୍ରମ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତଥା ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ( ପଶ୍ଚିମ) ଗଞ୍ଜାମ ତରଫରୁ ସଭାପତି ଶ୍ରୀଯୁକ୍ତ ଦଣ୍ଡପାଣି ପାତ୍ର, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବବି ଅନନ୍ତନାଗ ରଥଙ୍କ ନେତୃତ୍ୱରେ ଜିଲ୍ଲା ମହିଳା ସଭାନେତ୍ରୀଙ୍କ ସହ ସମସ୍ତ ଜିଲ୍ଲା କମିଟିଙ୍କ ସହ ସକ୍ରିୟ କର୍ମକର୍ତ୍ତା ଙ୍କ ଗହଣରେ ଏକ ବିରାଟ ମଶାଲ ଶୋଭାଯାତ୍ରା କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତା ସହିତ ଅନ୍ୟ ରାଜ୍ୟରେ କଂଗେସର ବିଜୟ କୁ ଜିଲ୍ଲା କମିଟି ତରଫରୁ ସ୍ଵାଗତ ସହ ରାଜ୍ୟ ରେ ଆଇନକୁ ସଜାଡ଼ିବାରେ ବର୍ତ୍ତମାନ ସରକାର ବିଶେଷ ଦୃଷ୍ଟି ଦେବାସହ ବଢୁଥିବା ଦରଦାମ ଉପରେ ରୋକ ଲଗାଇବା ପାଇଁ ଅପିଲ କରାଯାଇ ଏକ ସଚେତନତା ଅଭିଯାନକୁ ଆଗକୁ ନିଆଯାଇଥିଲା , ପରିଶେଷରେ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ କରାଯାଇଥିବାରୁ ସମସ୍ତ ସହଯୋଗୀ ଙ୍କୁ ଜିଲ୍ଲା କଂଗେସ ତରଫରୁ ଧନ୍ୟବାଦ୍ ପ୍ରଦାନ କରାଯାଇଛି।









