ବ୍ରହ୍ମପୁର-୦୮/୦୫-ଗତ କିଛି ଦିନ ତଳେ ବ୍ରହ୍ମପୁରର ବିଭିନ୍ନ ୱାର୍ଡ ର ଯାତ୍ରୀ ହରିଶଙ୍କର ଦର୍ଶନ କରିବାକୁ ଯାଉଥିବା ବେଳେ ନୟାଗଡ ଜିଲ୍ଲା ରେ ସଡ଼କ ଦୁର୍ଘଟଣାରେ ମୃତ ଓ ଆହତ ହୋଇଥିଲେ । ଏହି ଦୁଃଖଦ ଖବର ଶୁଣିବା ପରେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ସେମାନଙ୍କ ଘରକୁ ଯାଇ ସମବେଦନା ଜଣାଇଥିଲେ ଓ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ମୃତ ଓ ଆହତ ବ୍ୟକ୍ତିଙ୍କୁ ଆର୍ଥିକ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜଣାଇଥିଲେ ଆଜି ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାର ଙ୍କୁ ୪ ଲକ୍ଷ୍ୟ ଟଙ୍କାର ଚେକ୍ ଓ ଦୁର୍ଘଟଣାରେ ଚିକିତ୍ସା ହେଉଥିବା ବ୍ୟକ୍ତିଙ୍କ ପ୍ରତ୍ୟେକ ପରିବାରଙ୍କୁ ୧.୨୫ ଲକ୍ଷ୍ ଟଙ୍କାର ଚେକ୍ ପ୍ରଦାନ କରିଥିଲେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର।

ସେଠାରେ ବିଧାୟକଙ୍କ ପ୍ରତିନିଧି ଅଶୋକ ଶୁକ୍ଳ,ସ୍ଥାନୀୟ ତହସିଲଦାର,ପ୍ରଶାସନ ଅଧିକରୀ ଗଣ ଉପସ୍ଥିତ ଥିଲେ । ଏହି ଅବସରରେ ଆର୍ଥିକ ସହାୟତା ପାଇଥିବା ବ୍ୟକ୍ତି ଙ୍କ ପରିବାର ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବ୍ରହ୍ମପୁର ବିଧାୟକ କୃତଜ୍ଞତା ଜଣାଇଥିଲେ।









