ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଗଛଡାଳ ଭାଙ୍ଗି ଶିଶୁ ମୁଣ୍ଡରେ ରହିଗଲା କୀଳା, ଡାକ୍ତରୀଦଳଙ୍କ ତୁରନ୍ତ ଚିକିତ୍ସା: ମୃତ୍ୟୁ ମୁଖରୁ ବଞ୍ଚିଲା ଶିଶୁ

ବ୍ୟୁରୋ

ବ୍ରହ୍ମପୁର-୦୮/୦୫-ନବରଙ୍ଗପୁର ଜିଲ୍ଲା ଉମରକୋଟ ଗ୍ରାମର ଜଣେ ତିନି ବର୍ଷର ଶିଶୁର ମୁଣ୍ଡ ଉପରେ ଗଛ ଡାଳ ଭାଙ୍ଗି ପଡିଯିବା ପରେ ପ୍ରାୟ ଚାରି ଇଞ୍ଚ୍ ଲମ୍ବର ଏକ କାଠ କୀଳା ଶିଶୁଟିର ମୁଣ୍ଡ ଉପର ମଝି ଭାଗରେ ଲାଖି ହୋଇ ରହି ଯାଇଥିଲା। ଶିଶୁଟିକୁ ପ୍ରଥମେ ଉମରକୋଟ ପରେ ନବରଙ୍ଗପୁର ଏବଂ ସେଠାରୁ କୋରାପୁଟ ମୁଖ୍ୟ ଡାକ୍ତରଖାନାକୁ ନିଆ ଯାଇଥିଲା। କିନ୍ତୁ ଶିଶୁଟିର ଅବସ୍ଥା ଅତ୍ୟନ୍ତ ବିପଦ ଜନକ ଥିବାରୁ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।ତୁରନ୍ତ ଅସ୍ତ୍ରୋପଚାରର ଆବଶ୍ୟକତା ଥିବାରୁ ଶିଶୁଟିକୁ ସ୍ନାୟୁ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇ ଗତ ୧ ତାରିଖ ଦିନ ଜରୁରୀ ଏବଂ ଯୁଦ୍ଧ କାଳୀନ ଭିତ୍ତିରେ ଅସ୍ତ୍ରୋପଚାର ଆରମ୍ଭ କରାଯାଇଥିଲା। ନିଶ୍ଚେତକ ବିଭାଗୀୟ ମୁଖ୍ୟ ଡା. ସଂଜୀବ ପାତ୍ର, ଡା. ନିବେଦିତା ସାହୁ ଓ ସହଯୋଗୀଙ୍କ ଉପସ୍ଥିତିରେ ସ୍ନାୟୁ ଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ରବି ନାରାୟଣ ପଣ୍ଡା, ଆସିଷ୍ଟାଣ୍ଟ ପ୍ରଫେସର ଡା. ଦେବଦତ୍ତ ସେନାପତି, ଡା. ତୁଷାର କାନ୍ତ ରଥ, ଡା. ଦେବଶ୍ରୀ ମହାରଣା, ଡା. ପି. ହରି ପ୍ରସାଦଙ୍କୁ ନେଇ ଡାକ୍ତରିଦଳ ଦୀର୍ଘ ଚାରି ଘଣ୍ଟା ଧରି ଅକ୍ଲାନ୍ତ ଉଦ୍ୟମ କରିବା ପରେ ଶିଶୁଟିର ମୁଣ୍ଡରେ ଲାଖିହୋଇ ରହିଥିବା କାଠ କିଳାକୁ ସଫଳତାର ସହ ବାହାର କରିବାକୁ ସକ୍ଷମ ହୋଇଥିଲେ ।ଯାହାଫଳରେ ଆସନ୍ନ ମୃତ୍ୟୁ ମୁଖରୁ ଶିଶୁଟିକୁ ଉଦ୍ଧାର କରାଯାଇ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସ୍ନାୟୁ ଶଲ୍ୟ ବିଭାଗୀୟ ମୁଖ୍ୟ ଡା. ପଣ୍ଡା କହିଛନ୍ତି।ଅପରପକ୍ଷରେ ଶିଶୁର ଜୀବନ ବଞ୍ଚାଇ ପରିବାର ମୁହଁରେ ହସ ଫୁଟାଇଥିବା ଡାକ୍ତରିଦଳର ସମସ୍ତ ସଦସ୍ୟଙ୍କୁ ଶିଶୁଟିର ବାପା ସଂଜିତ ହରିଜନ ତାଙ୍କର କୃତଜ୍ଞତା ଜଣାଇଛନ୍ତି।ପ୍ରକାଶ ଥାଉକି ଗତ ଏପ୍ରିଲ ୨୮ ତାରିଖ ଦିନ ଓମ ହରିଜନ (୩) ନାମକ ଶିଶୁଟି ଘର ସାମନାରେ ଥିବା ଗଛ ମୂଳେ ଖେଳୁଥିବା ବେଳେ ଝଡ଼ ପବନ ଆସି ଏଭଳି ଘଟଣା ଘଟିଥିଲା l

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!