ରିପୋର୍ଟ -ଶ୍ରୀକାନ୍ତ ସାବତ
ଧରାକୋଟ-୬/୫-ଗଞ୍ଜାମ ଜିଲ୍ଲାର ଜୀବନରେଖା ରୂପେ ପରିଚିତ ଋଷିକୁଲ୍ୟା ନଦୀ ଧରାକୋଟ ବ୍ଲକର ବରଡାବିଲି,ଜାହାଡା, ସିଙ୍ଗିପୁର,ଜଗମୋହନ, ମୁଣ୍ଡମରାଇ, ଢଉଗାଁ, ରେଡ୍ଡୀ ଦାମୋଦର ପଲ୍ଲୀ ପଞ୍ଚାୟତ ଅଞ୍ଚଳରେ ପ୍ରବାହିତ ହେଉଛି। ଅସର୍ନ ବର୍ଷାଋତୁ ପୂର୍ବରୁ ଆଜି ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ବି ଡି ଓ ଭବାନୀ ଶଙ୍କର ପ୍ରଧାନ,ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କେ.ଦେବେନ୍ଦ୍ର ପ୍ରଧାନ,ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ଭୂୟାଁ,ଯୋଗେନ୍ଦ୍ର ସାସମଲ, ସୁପରଭାଇଜର ସୁଜ୍ଞାନି ବେହେରା,ରାଜସ୍ୱ ନିରୀକ୍ଷକ ରବୀନ୍ଦ୍ର ଗୌଡ଼,ଲୋଚନ ମଲିକ ପ୍ରମୁଖ ଭରତପଲ୍ଲୀ,ବରଡାବିଲି,କହିରାପଲି, କୁଶପଡ଼ା ପ୍ରଭୃତି ଗାଁ ନିକଟରେ ଥିବା ଅସୁରକ୍ଷିତ ନଦୀବନ୍ଧକୁ ପରିଦର୍ଶନ କରିଥିଲେ।ସଂପ୍ରତି ବର୍ଷା ଋତୁ ପୂର୍ବରୁ ଦୁର୍ବଳ ନଦୀ ହିଡ ଗୁଡ଼ିକର ବିଭାଗ ତରଫରୁ ପୁନରୁଦ୍ଧାର କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।









