ଆସ୍କା ପଶ୍ଚିମ ଉପ ଡାକ ମଣ୍ଡଳ ପକ୍ଷରୁ ‘ଡାକ ଚୌପାଲ’ ଅନୁଷ୍ଠିତ: ଶ୍ରେଷ୍ଠ ପ୍ରଦର୍ଶନକାରୀ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ

ରିପୋର୍ଟ -ଶ୍ରୀକାନ୍ତ ସାବତ

ଧରାକୋଟ -ଆସ୍କା ଡାକ ଅଧିକ୍ଷକ ଶ୍ରୀ ଦିଲ୍ଲୀପ କୁମାରଙ୍କ ନିର୍ଦ୍ଦେଶକ୍ରମେ ଆସ୍କା ପଶ୍ଚିମ ଉପ ଡାକ ମଣ୍ଡଳ ଅଧୀନରେ ଥିବା ସମସ୍ତ ମୁଖ୍ୟ ଡାକଘର, ଉପ ଡାକଘର ଏବଂ ଶାଖା ଡାକଘରକୁ ନେଇ ସ୍ଥାନୀୟ ଶ୍ୟାମଳାୟୀ ମନ୍ଦିର ପ୍ରାଙ୍ଗଣରେ ଏକ ବୃହତ ‘ଡାକ ଚୌପାଲ’ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ବିଗତ ୨୦୨୫-୨୬ ଆର୍ଥିକ ବର୍ଷରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ବ୍ୟବସାୟିକ ସଫଳତା ହାସଲ କରିଥିବା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସ୍କା ଡାକ ମଣ୍ଡଳର ସହକାରୀ ଡାକ ଅଧିକ୍ଷକ ଶ୍ରୀ ପରମାନନ୍ଦ କଣ୍ଠ ଏବଂ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଉପ ଡାକ ମଣ୍ଡଳର ଉପଡ଼ାକ ଅଧିକ୍ଷକା ଶ୍ରୀମତୀ କିରଣ ମାଳା ପଣ୍ଡା ଯୋଗଦେଇ ଡାକ ସେବାର ପ୍ରସାର ଓ ଜନସାଧାରଣଙ୍କ ନିକଟରେ ସୁବିଧା ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।

ବିଶେଷ କରି RPLI ଓ PLI କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୪୩ ଜଣ କର୍ମଚାରୀ, ନୂତନ ସଞ୍ଚୟ ଖାତା ଖୋଲିବାରେ ଆଗୁଆ ଥିବା ୧୦ ଜଣ ଏବଂ ଆଧାର ସେବା କ୍ଷେତ୍ରରେ ୩ ଜଣ ଅପରେଟରଙ୍କୁ ସେମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଥିଲା। ଏହି କ୍ରମରେ ମେରିକୋଟ ଶାଖା ଡାକପାଳ ଶ୍ରୀ ବଂଶୀଧର ରାଉତଙ୍କୁ RPLI/PLI ପାଇଁ ଏବଂ ସାପୁଆପୋଲି ଶାଖା ଡାକପାଳ ଶ୍ରୀ ଅଶୋକ ସାବତଙ୍କୁ ସର୍ବଶ୍ରେଷ୍ଠ କର୍ମଚାରୀ ଭାବେ ସ୍ୱତନ୍ତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।ଆସ୍କା ପଶ୍ଚିମ ଉପ ଡାକମଣ୍ଡଳ ନିରୀକ୍ଷକ ଶ୍ରୀ ରଘୁନାଥ ନାୟକଙ୍କ ନିର୍ଦ୍ଦେଶନାରେ ଦୁଇ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ବିଶ୍ୱାଳ ଓ ଶ୍ରୀ ରବୀନ୍ଦ୍ର ପ୍ରଧାନ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସ୍କା ଡାକମଣ୍ଡଳ ପକ୍ଷରୁ ଶ୍ରୀ ଦୀପକ ରଞ୍ଜନ ପାଣିଗ୍ରାହୀ (DOPLI) ଓ ବିଷ୍ଣୁ ଚରଣ ସେଠି (Business Executive) କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସମସ୍ତ ଶାଖା ଡାକଘରର କାର୍ଯ୍ୟଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଚୌପାଲରେ ଅଞ୍ଚଳର ବହୁ ସଂଖ୍ୟକ ଡାକ କର୍ମଚାରୀ ଯୋଗଦେଇ ଆଗାମୀ ବର୍ଷ ପାଇଁ ନିଜର ଲକ୍ଷ୍ୟଧାର୍ଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *

और पढ़ें