ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ରାସ୍ତା କଡରୁ ଜବତ ଦଖଲ ଉଛେଦ ହୋଟେଲରେ ଚଢାଉ ; ବିଭିନ୍ନ ସ୍ଥାନରୁ ଜରିମାନା ଆଦାୟ

ରିପୋର୍ଟ -ମାଗୁଣୀ ମିଶ୍ର 

ଭଞ୍ଜନଗର-୧୮/୪:ଭଞ୍ଜନଗର ସହରର ମୁଖ୍ୟ ରାସ୍ତା ସମେତ ଜନଗହଳି ସ୍ଥାନର ରାସ୍ତା କଡରେ ରହିଥିବା ଜବର ଦଖଲ ଉଚ୍ଛେଦ କରାଯାଇଛି। ପ୍ରଶାସନ,ପୁଲିସ ଓ ପୌରପରିଷଦ ପକ୍ଷରୁ ମିଳିତ ଭାବେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ଥାନା ଛକରୁ ଏଭଳି ଚଢାଉ ଆରମ୍ଭ କରାଯାଇଥିଲା। ପ୍ରଶାସନ ପକ୍ଷରୁ ମୁଖ୍ୟ ରାସ୍ତାରେ ବସି ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କ ଅସ୍ଥାୟୀ ଦୋକାନ ଓ ଠେଲା ଗୁଡିକୁ ହଟାଇ ଦିଆଯାଇଛି। ଏଥିସହ ଦୋକାନ ଗୁଡିକ ରାସ୍ତା ଆଡକୁ ମାଡି ଆସିଥିବା ଉପକରଣ ଗୁଡିକୁ ମଧ୍ୟ ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଛି। ଅଗାମୀ ଦିନରେ ପୁଣି ଜବର ଦଖଲ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ମେନ୍‌ରୋଡ ସମେତ ପୁରୁଣା ବଜାର ସାହିରେ ମଧ୍ୟ ଏଭଳି ଅଭିଯାନ ହୋଇଥିଲା। ଏହି ସମୟରେ କିଛି ସ୍ଥାନରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ବାସି ଖାଦ୍ୟ ମିଳିଥିବା ହୋଟେଲ ଗୁଡିକରୁ ପ୍ରାୟ ୨୦ ହଜାର ଟଙ୍କା ଜୋରିମାନା କରାଯାଇଥିବା ବେଳେ ପଲିଥିନ ଜବତ କରିବା ସହ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛ। ଏଥିସହ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଟ୍ରେଡ ଲାଇସେନ୍ସ୍ ମଧ୍ୟ ଯାଞ୍ଚ କରାଯାଛ। ଆଗାମୀ ଦିନରେ ଭଞ୍ଜନଗର ଠାକୁରାଣୀ ଯାତ୍ରା ଥିବାରୁ ସହରର ଟ୍ରାଫିକ ସମସ୍ୟାକୁ ଦୂର କରିବା ସହ ଯାତ୍ରା ସମୟରେ ଭିଡକୁ ଦୃଷ୍ଟିରେ ରଖି ଲୋକ ମାନଙ୍କୁ ଯେଭଳି ବ୍ୟବସାୟୀ ମାନେ ବାସିଖାଦ୍ୟ ନ ବିକ୍ରି କରନ୍ତି ସେଦିଗରେ ପଦ‌କ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏଭଳି ଚଢାଉ କରାଯାଇଥିବା ବେଳେ ଏଥିରେ ଅତିରିକ୍ତ ତହସିଲଦାର ଅବିନାଶ ମାହାର,ମୁନିସିପାଲିଟି ଇଓ ମୂରଲୀକୃଷ୍ଣ ପଣ୍ଡା,ଥାନା ଏସ୍‌ଆଇ ସମୀର କୁମାର ସେଠୀ,ଖାଦ୍ୟ ସୁରକ୍ଷା ଅଧିକାରୀ ଶୁଭରଞ୍ଜନ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!