ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବେଲଗୁଣ୍ଠା ପାଇଁ ଗୌରବ: ନିଟ୍ ପରୀକ୍ଷାରେ କୃତିତ୍ୱ ହାସଲ କଲେ ଅଞ୍ଚଳର ମେଧାବୀ ଛାତ୍ର ସ୍ୱୟଂଶକ୍ତି

ବେଲଗୁଣ୍ଠା-୨୦/୭- ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ସବୁ ପ୍ରତିବନ୍ଧକ ହାର୍ ମାନିଥାଏ। ଏହାକୁ ପୁଣିଥରେ ପ୍ରମାଣିତ କରି ଦେଖାଇଛନ୍ତି ବେଲଗୁଣ୍ଠା ଅଞ୍ଚଳର ଜଣେ ମେଧାବୀ ଛାତ୍ର। ଚଳିତ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ବେଲଗୁଣ୍ଠା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ସ୍ଥାନୀୟ ମାଷ୍ଟର କଲୋନୀର ସ୍ୱୟଂଶକ୍ତି ପ୍ରଧାନ। ଏହି ଖବର ପ୍ରଚାରିତ ହେବା ପରେ ସ୍ୱୟଂଶକ୍ତିଙ୍କ ନିକଟକୁ ବିଭିନ୍ନ ମହଳରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ଅଶୋକ କୁମାର ପ୍ରଧାନ ଓ ମାତା କୁନି କୁମାରୀ ସ୍ୱାଇଁଙ୍କ ସୁପୁତ୍ର ସ୍ୱୟଂଶକ୍ତି ଚଳିତ ନିଟ୍ ପରୀକ୍ଷାରେ ୭୨୦ ମାର୍କରୁ ୬୨୦ ମାର୍କ ରଖିବା ସହ ସର୍ବଭାରତୀୟ ସ୍ତରରେ ୫୦୨୬ ରେଙ୍କ ହାସଲ କରିଛନ୍ତି। ଏହି ସଫଳତା ସହ ସେ ନିଜର ଡାକ୍ତର ହେବା ସ୍ୱପ୍ନକୁ ସାକାର କରିବାକୁ ଯାଉଛନ୍ତି।ସ୍ୱୟଂଶକ୍ତି ପିଲାଦିନରୁ ହିଁ ପାଠପଢ଼ାରେ ବେଶ୍ ଆଗୁଆ ଥିଲେ। ସେ ଭଞ୍ଜନଗର ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲରୁ ୯୨ ପ୍ରତିଶତ ନମ୍ବର ରଖି ହାଇସ୍କୁଲ ଟପ୍ପର ହେବାର ଗୌରବ ଅର୍ଜନ କରିଥିଲେ। ଏହାପରେ ସେ ଗୋଳନ୍ଥରା ସ୍ଥିତ ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୦ ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର ହୋଇଥିଲେ। ନିଜର ନିଷ୍ଠାପର ଉଦ୍ୟମ ତାଙ୍କୁ ଜାତୀୟ ସ୍ତରର ଏହି କଠିନ ପରୀକ୍ଷାରେ ଏଭଳି ବଡ଼ ସଫଳତା ଆଣିଦେଇଛି।ସ୍ୱୟଂଶକ୍ତି ନିଜର ଏହି ସଫଳତାର ଶ୍ରେୟ ନିଜର ପିତାମାତା, କୋଚିଂ ଅନୁଷ୍ଠାନର ଗୁରୁଜୀ-ଗୁରୁମା ଓ ଭଗବାନଙ୍କୁ ଦେଇଛନ୍ତି। ଜଣେ ଆଦର୍ଶ ଶିକ୍ଷକ ଭାବେ ପିତା ଅଶୋକ କୁମାର ପ୍ରଧାନ ଓ ମାତାଙ୍କ ଉପଯୁକ୍ତ ମାର୍ଗଦର୍ଶନ ଏବଂ ପ୍ରେରଣା ଯୋଗୁଁ ସେ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଜଣେ ଦକ୍ଷ ଡାକ୍ତର ହୋଇ ସମାଜର ତଥା ଅଞ୍ଚଳର ସେବା କରିବାକୁ ସେ ଆଶା ରଖିଛନ୍ତି। ସ୍ୱୟଂଶକ୍ତିଙ୍କ ଏଭଳି ସଫଳତା ପାଇଁ ବେଲଗୁଣ୍ଠା ଅଞ୍ଚଳର ବିଭିନ୍ନ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ସ୍ଥାନୀୟ ଜନସାଧାରଣ ତାଙ୍କୁ ସାଧୁବାଦ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!