ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଭଞ୍ଜନଗର ପୋଲିସ ଜାଲରେ ୨ ଅଭିଯୁକ୍ତ :ପଲସର ସହ ଦାମିକିଆ ଆଇଫୋନ୍‌ ଜବତ

ରିପୋର୍ଟ -ମାଗୁଣୀ ମିଶ୍ର, ଭଞ୍ଜନଗର 

ଭଞ୍ଜନଗର : ଭଞ୍ଜନଗର ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଉପରେ ଆଙ୍କୁଶ ଲଗାଇବା ଦିଗରେ ପୋଲିସକୁ ଏକ ବଡ ସଫଳତା ମିଳିଛି। ଭଞ୍ଜନଗର ପୋଲିସ ଏକ ମାମଲାର ତଦନ୍ତ କରି ୨ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ପଲସର ବାଇକ ଏବଂ ଗୋଟିଏ ଦାମିକିଆ ଆଇଫୋନ୍‌-୧୪ ପ୍ରୋ ମୋବାଇଲ ଜବତ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଗତ ୧୩ ତାରିଖରେ ଭଞ୍ଜନଗର ଥାନାରେ ଏକ ମାମଲା (କେସ ନଂ ୫୮୪/୨୬) ରୁଜୁ ହୋଇଥିଲା ଭାରତୀୟ ନ୍ୟାୟ ସଂହିତା (BNS) ର ଦଫା ୩୦୯ (୪) ଅନୁଯାୟୀ ଏହି ମାମଲା ଦାୟର କରାଯାଇ ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ କରାଯାଇଥିଲା। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ବଳରାମ ପାତ୍ର (୨୪), ପିତା -ସନ୍ନ୍ୟାସୀ ପାତ୍ର, ଘର -ନୁଆ ସାହି,ଥାନା -ବାଲିଗୁଡା,ଜିଲ୍ଲା-କନ୍ଧମାଳ, ବିଜୟ କୁମାର ପ୍ରଧାନ (୨୭), ପିତା -ଶିବରାମ ପ୍ରଧାନ,ମୂଳ ଘର -ଦୁର୍ଗାପ୍ରସାଦ (ନୟାଗଡ଼ ଟାଉନ ଥାନା ), ବର୍ତ୍ତମାନ ଠିକଣା -ନୁଆସାହି, ବାଲିଗୁଡା, ଜିଲ୍ଲା -କନ୍ଧମାଳ। ଉଭୟ ଅଭିଯୁକ୍ତକୁ ଗିରଫ କରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ଜବତ ହୋଇଥିବା ବାଇକ ଓ ଆଇଫୋନ କୌଣସି ଅପରାଧ କିମ୍ବା ଲୁଟ ଘଟଣାରେ ବ୍ୟବହୃତ ହୋଇଥିବା ପୋଲିସ ସନ୍ଦେହ କରୁଛି।

 

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!