ଭଞ୍ଜନଗର ପୋଲିସ ଜାଲରେ ୨ ଅଭିଯୁକ୍ତ :ପଲସର ସହ ଦାମିକିଆ ଆଇଫୋନ୍‌ ଜବତ

ରିପୋର୍ଟ -ମାଗୁଣୀ ମିଶ୍ର, ଭଞ୍ଜନଗର 

ଭଞ୍ଜନଗର : ଭଞ୍ଜନଗର ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଉପରେ ଆଙ୍କୁଶ ଲଗାଇବା ଦିଗରେ ପୋଲିସକୁ ଏକ ବଡ ସଫଳତା ମିଳିଛି। ଭଞ୍ଜନଗର ପୋଲିସ ଏକ ମାମଲାର ତଦନ୍ତ କରି ୨ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ପଲସର ବାଇକ ଏବଂ ଗୋଟିଏ ଦାମିକିଆ ଆଇଫୋନ୍‌-୧୪ ପ୍ରୋ ମୋବାଇଲ ଜବତ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଗତ ୧୩ ତାରିଖରେ ଭଞ୍ଜନଗର ଥାନାରେ ଏକ ମାମଲା (କେସ ନଂ ୫୮୪/୨୬) ରୁଜୁ ହୋଇଥିଲା ଭାରତୀୟ ନ୍ୟାୟ ସଂହିତା (BNS) ର ଦଫା ୩୦୯ (୪) ଅନୁଯାୟୀ ଏହି ମାମଲା ଦାୟର କରାଯାଇ ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ କରାଯାଇଥିଲା। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ବଳରାମ ପାତ୍ର (୨୪), ପିତା -ସନ୍ନ୍ୟାସୀ ପାତ୍ର, ଘର -ନୁଆ ସାହି,ଥାନା -ବାଲିଗୁଡା,ଜିଲ୍ଲା-କନ୍ଧମାଳ, ବିଜୟ କୁମାର ପ୍ରଧାନ (୨୭), ପିତା -ଶିବରାମ ପ୍ରଧାନ,ମୂଳ ଘର -ଦୁର୍ଗାପ୍ରସାଦ (ନୟାଗଡ଼ ଟାଉନ ଥାନା ), ବର୍ତ୍ତମାନ ଠିକଣା -ନୁଆସାହି, ବାଲିଗୁଡା, ଜିଲ୍ଲା -କନ୍ଧମାଳ। ଉଭୟ ଅଭିଯୁକ୍ତକୁ ଗିରଫ କରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ଜବତ ହୋଇଥିବା ବାଇକ ଓ ଆଇଫୋନ କୌଣସି ଅପରାଧ କିମ୍ବା ଲୁଟ ଘଟଣାରେ ବ୍ୟବହୃତ ହୋଇଥିବା ପୋଲିସ ସନ୍ଦେହ କରୁଛି।

 

Leave a Reply

Your email address will not be published. Required fields are marked *

और पढ़ें