ରିପୋର୍ଟ -ମାଗୁଣୀ ମିଶ୍ର
ଭଞ୍ଜନଗର-: ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଜଣେ ବୃଦ୍ଧଙ୍କ ଘରୁ ଚୋରି ଘଟଣା ସାମ୍ନାକୁ ଆସିଛି। ବୃଦ୍ଧ ଜଣଙ୍କ ହେଲେ ଉଜୁଳିଆ ଗୌଡ଼ (୬୯)। ପରିବାରର ରୋଜଗାରକ୍ଷମ ୩ ପୁଅ ବିଦେଶରେ ଦାଦନ ଖଟିବାକୁ ଯାଇଥିବା ବେଳେ ଘରେ ବୃଦ୍ଧ ପିତାମାତା ଏକାକୀ ରହୁଥିଲେ।ସେମାନଙ୍କର ଅସହାୟତାର ଫାଇଦା ଉଠାଇ ଘରୁ ଲକ୍ଷାଧିକ ଟଙ୍କାର ୩ ତୁଳା ସୁନା ଗହଣା ଏବଂ ନଗତ ୨୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଘରେ କେବଳ ୨ ବୃଦ୍ଧ ବୃଦ୍ଧା ରହୁଥିବା କଥା ଚୋରମାନେ ପୂର୍ବରୁ ଲକ୍ଷ କରୁଥିବା ସନ୍ଦେହ ସୃଷ୍ଟି ହୋଇଛି। ସ୍ତ୍ରୀ ଧୋବଣୀ ଗୌଡ଼ କହିବା ପ୍ରକାରେ ରବିବାର ୧୨ ଟା ରାତିରେ ଘର କାର୍ଯ୍ୟ ସାରି ସୋଇଯିବା ପରେ ଚୋର ବାରିଘର କବାଟ ତାଡି ଆଲମିରା ଟିଣ,କାଠ ଟ୍ରଙ୍ଗ ତାଡି ଚୋର ଚୋରି କରି ନେଇଛି। ସ୍ଥାନୀୟ ଜଗନ୍ନାଥପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚି କେସ ନଂ ୨୩୫/୨୬ ତଦନ୍ତ ଆରମ୍ଭ କରିଛି।









