ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ କୁଇଜ୍ ପ୍ରତିଯୋଗିତା ସହ,ଏସଆଇଆର ସଚେତନତା କାର୍ଯ୍ୟକ୍ରମ

ରିପୋର୍ଟ -ମାଗୁଣୀ ମିଶ୍ର, ଭଞ୍ଜନଗର 

ଭଞ୍ଜନଗର- : ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଦ୍ୱାରା ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) ସଚେତନତା କାର୍ଯ୍ୟକ୍ରମ, କୁଇଜ୍ ପ୍ରତିଯୋଗିତା ସହ, ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଆକର୍ଷଣୀୟ ଅଂଶଥିଲା, ଏକ କ୍ବିଜ୍ ପ୍ରତିଯୋଗିତା, ଯାହାର ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କ ମଧ୍ୟରୁ SIR ସମ୍ପର୍କରେ ଥିବା ଜ୍ଞାନକୁ ପରୀକ୍ଷା କରିବା ଏବଂ ଅଧିକ ସଚେତନତା କରିବା। ଅନେକ ଦଳ ପ୍ରତିଭାଗୀ ଥିଲେ ଏବଂ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଜିତିଥିବା ଛାତ୍ରଛାତ୍ରୀମାନେ ମାନପତ୍ର ଦ୍ୱାରା ଉପଜିଲ୍ଲାପାଳ ଶ୍ରୀ ବେହେରା ସମ୍ମାନିତ କରିଥିଲେ ।ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ବେହେରା ଛାତ୍ର ଛାତ୍ରୀ ତଥା ଉପସ୍ଥିତ ସମସ୍ତଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ ବିଷୟରେ ବିସ୍ତାର ସହ କହିଥିଲେ । ଯୋଗ୍ୟ ଭୋଟର ମାନେ ସଠିକ ତଥ୍ୟ ଦେବା ସହ ବି ଏଲ ଓ ମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରକାଶ କରିଥିଲେ। ଦୀର୍ଘ ୨୪ ବର୍ଷ ପରେ ଏହି SIR ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି, ଯାହା ଅତି ଗୌରବ ଅଟେ । ଆର୍ଟିକଲ ୩୨୪ ବିଷୟରେ ବିସ୍ତୃତ ରୁପେ କହିଥିଲେ । ଛାତ୍ର ସମାଜର ଉନ୍ନତି ତଥା ମଙ୍ଗଳ କାମନା କରିଥିଲେ । ସମସ୍ତଙ୍କୁ ଶିକ୍ଷା ସହ ସରିର ପ୍ରତି ଯତ୍ନବାନ୍ ଏବଂ ନୂତନ ଜ୍ଞାନ କୌଶଳ ହାସଲ କରିବା ପାଇଁ ଉପଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଧାନ ଟୁଲିଆମା, ଏସ ଆଇ ଆ ର ସମୟ ସାରଣୀ , ଏହାର ମହତ୍ୱ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ । ତହସିଲଦାର ଅଭିସ୍ପା ପଟ୍ଟନାୟକ , ପ୍ରିନ୍ସିପାଲ ଡ. ଗଗନ ବିହାରୀ ପୁରୋହିତ ଉତ୍ତମ ଭାବେ ସ୍ୱତନ୍ତ୍ର ସଘନ ସଂଶୋଧନ ବିଷୟରେ କହିଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ, କଲେଜର ଅଧ୍ୟାପକ, ଛାତ୍ର ଛାତ୍ରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଡେପୁଟି କଲେକ୍ଟର ରଚିତା ମହାପାତ୍ର, ସଂଯୋଜନା କରିବା ସହ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!