ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଜଣ୍ଡିସ ସ୍ଥିତି ଅନୁଧ୍ୟାନ କଲେ ଜିଲା ସ୍ୱାସ୍ଥ୍ୟ ଟିମ

ରିପୋର୍ଟ-ମାଗୁଣି ମିଶ୍ର,ଭଞ୍ଜନଗର

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବଡକୋଦଣ୍ଡା ଗ୍ରାମରେ ଜଣ୍ଡିସ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଆଜି ଜିଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଉକ୍ତ ଗ୍ରାମକୁ ଗସ୍ତ କରି ନୁଆଁସାହି ଓ ଉସ୍ତ ସାହିରେ ଚି଼ହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ପିଇବା ପାଣି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏଥିସହ ବିଭିନ୍ନ ସ୍ଥାନରୁ ପାଣି ନମୁନା ସଂଗ୍ରହ କରି ପରୀକ୍ଷା କରିବା ପାଇଁ ନେଇଛନ୍ତି। ଜିଲା ସ୍ୱାସ୍ଥ୍ୟ ବିଭାଗର ଡା. ବାଲୁଙ୍କେଶ୍ୱର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଜିଲା ମହାମାରୀ ବିଶେଷଜ୍ଞ ମୁକେଶ ଚନ୍ଦ୍ର ମାଳି,ବାଓଲୋଜିଷ୍ଟ ଅପ୍ରଣୀତା ସ୍ୱାଇଁ, ରାଜେନ୍ଦ୍ର ସ୍ୱାଇଁ, ଏଏନଏମ ସବିତା ନିମାଲ ଓ ଆଶାକର୍ମୀ ମାନେ ଉପସ୍ଥିତ ରହିଥିଲେ। ଉକ୍ତ ଦୁଇ ସାହିର ମୋଟ ୬ ଜଣ ୧୩ ବର୍ଷରୁ କମ ପୁଅଝିଅ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ସମସ୍ତେ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ୨ ଜଣଙ୍କ ନିକଟରେ ଲକ୍ଷଣ ରହିଥିବା ବେଳେ ଚିକିତ୍ସା ଜାରି ରହିଥିବା ସେମାନେ ପ୍ରକାଶ କରିଛନ୍ତି। ପ୍ରାଥମିକ ସ୍ତରରେ ଦୂଷିତ ପାଣି ବ୍ୟବହାର ଯୋଗୁ ଏଭଳି ହୋଇଥିବା ଅନୁମାନ କରାଯାଉଛି।ପରୀକ୍ଷା ରିପୋର୍ଟ ପରେ ଜଣା ପଡିବ ବୋଲି ସେ କହିଛନ୍ତି। ଜଳଯୋଗାଣ ବ୍ୟବସ୍ଥା କୁ ଅଧିକ ସୁଧାରିବାର ଆବଶ୍ୟକତା ରହିଛି। ନଦୀରୁ ପାଣି ଉଠାଯାଇ ଏହି ଗ୍ରାମକୁ ଜଳଯୋଗାଣ ହେଉଥିବା ବେଳେ ଇଣ୍ଟେକୱାଲ ଠାରୁ ଆରମ୍ଭ କରି ଷ୍ଟୋରେଜ ଟ୍ୟାଙ୍କ ପାଣି ରହୁଥିବା ସବୁ ସ୍ଥାନରୁ ବିଶୋଧନ କରିବା ପାଇଁ ଜରୁରୀ ବୋଲି ସେ ଜଣାଇଛନ୍ତି। କିଛି ସ୍ଥାନରେ ପାଣି ବାହାରୁଥିବା ନୋଜେଲ ପଏଣ୍ଟ ଗ୍ରାଉଣ୍ଡ ଲେବଲରେ ରହିଥିବାରୁ ପିଇବା ପାଣି ସହ ଦୂଷିତ ପାଣି ମିଶିବାର ଆଶଙ୍କା ରହିଛି। ତେଣୁ ଜଳଯୋଗାଣ ସ୍ଥିତିକୁ ସୁଧାରିବା ପାଇଁ ଆମେ ବ୍ଲକ ପ୍ରଶାସନ କୁ ଅବଗତ କରିବୁ ବୋଲି କହିଥିଲେ।ଏ ସଂକ୍ରାନ୍ତରେ ବିଡ଼ିଓ ଭାରତୀ ଦେବୀ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି। ଆମେ ଖବର ପାଇ ତହସିଲଦାର ଓ ଅନ୍ୟ ଅଧିକାରୀଙ୍କ ସହ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲୁ। ସମସ୍ତେ ଜଳ ପ୍ରକଳ୍ପକୁ ବିଶୋଧନ କରିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!