ମାଆ ଦକ୍ଷିଣ କାଳୀ ପୀଠରେ ବୃଷ ସଂକ୍ରାନ୍ତି ହୋମ ଅନୁଷ୍ଠିତ

ବେଲଗୁଣ୍ଠା-୧୬/୦୫:ମନ୍ଦିର ମାଳିନୀ ବେଲଗୁଣ୍ଠା ସହରର ଆରାଧ୍ୟା ଦେବୀ ମାଆ ଦକ୍ଷିଣ କାଳୀଙ୍କ ପୀଠରେ ଆଜି ପବିତ୍ର ବୃଷ ସଂକ୍ରାନ୍ତି ଅବସରରେ ସଂକ୍ରାନ୍ତି ପୂଜା ଏବଂ ବିଶେଷ ହୋମ ଯଜ୍ଞ ଭବ୍ୟତାର ସହ ଅନୁଷ୍ଠିତ ହୋଇଯାଇଛି। ବେଲଗୁଣ୍ଠା ସହରର ସର୍ବ ପୁରାତନ ତଥା ପ୍ରସିଦ୍ଧ ପୀଠ ଭାବେ ପରିଚିତ ମାଆ ଦକ୍ଷିଣ କାଳୀଙ୍କ ପୀଠରେ ପ୍ରତ୍ୟେକ ସଂକ୍ରାନ୍ତିରେ ଏହିପରି ହୋମ ଅନୁଷ୍ଠିତ ହୋଇଆସୁଛି। ଆଜି ବୃଷ ସଂକ୍ରାନ୍ତି ଉପଲକ୍ଷେ ସକାଳ ୯:୦୦ ଘଣ୍ଟା ସମୟରୁ ମାଆଙ୍କ ସ୍ପେଶାଲ ପୂଜା କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ନ ଦୁଇ ଘଣ୍ଟା ସମୟରେ ପୂର୍ଣ୍ଣାହୁତି ସହ ଶେଷ ହେବା ପରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠୀ ଏବଂ ତାଙ୍କ ଧର୍ମପତ୍ନୀ ସରିତା ତ୍ରିପାଠୀ କର୍ତ୍ତା ରୂପେ ଦାୟିତ୍ଵ ତୁଲାଇଥିଲେ। ମନ୍ଦିର ପୁରୋହିତ ବୁନା ପତିଙ୍କ ସମେତ ହୋମ ପୁରୋହିତ ରାଧାକାନ୍ତ ପତି, ବ୍ରଜେନ୍ଦ୍ର ପତି ଏବଂ ଶୁଭକାନ୍ତ ପତି ପ୍ରମୁଖ ଉପସ୍ଥିତ ରହି ସମସ୍ତ ବୈଦିକ ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ମନ୍ଦିର ପରିଚାଳନା କମିଟିର ସଭାପତି ଏସ ଭାସ୍କର ପାତ୍ର, ସଦସ୍ୟ କାଶୀନାଥ ସାହୁ, ଶଙ୍କର ନାରାୟଣ ବେହେରା, ସଞ୍ଜୟ ବେହେରା ଓ ସୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଠିକ୍ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ବେଲଗୁଣ୍ଠା ପ୍ରେସକ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ଏବଂ ଯୁବ ସାମ୍ବାଦିକ ଶିବରାମ ଚୌଧୁରୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଆୟୁଷ ଡ଼ାକ୍ତର ସରୋଜ ପ୍ରଧାନ ଏବଂ ସ୍ଥାନୀୟ କାଉନସିଲର ଦିବ୍ୟ ରଞ୍ଜନ ଦାସଙ୍କ ସମେତ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗଦେଇ ମାଆଙ୍କ ଦର୍ଶନ ସହ ଆଶୀର୍ବାଦ ଭିକ୍ଷା କରିଥିଲେ।

Leave a Reply

Your email address will not be published. Required fields are marked *

और पढ़ें