ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ସାବିତ୍ରୀ ଭଉଣୀ ମାନଙ୍କୁ ଭେଟି ଦେଲେ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ

ରିପୋର୍ଟ -ଡଃ କୁମୁଦ ଚନ୍ଦ୍ର ବେହେରା

 

ବୁଗୁଡ଼ା:ଆମ ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ ସାବିତ୍ରୀ ଅମାବାସ୍ୟା ଏକ ଅତୁଟ ବନ୍ଧନ ଏହି ପରିପ୍ରେକ୍ଷୀରେ ଆଜି ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ବ୍ଲକର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପ୍ରାଙ୍ଗଣରେ ଅନୁଷ୍ଠିତ ବିଶେଷ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭଉଣୀଙ୍କ ( ମିଟୁ ଭାଇ )ଯୋଗଦେଇ ଦଳର କାର୍ଯ୍ୟକର୍ତ୍ତା ଭଉଣୀ,ଏମ୍.ବି.କେ, ସିଆରପି, ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ ଓ ବ୍ୟାଙ୍କ ମିତ୍ର ଭଉଣୀ ମାନଙ୍କୁ ସାବିତ୍ରୀ ଭେଟି ପ୍ରଦାନ ପୁର୍ବକ ତାଙ୍କ ଶ୍ରମ ଓ ସେବାକୁ ନମନ କରି ଏକ ଖଣ୍ଡ ଲୁଗା,ସାବିତ୍ରୀ ଯୋଗାଡ଼ ସହିତ ୧୦୦ ଟଙ୍କା ପ୍ରଦାନ କରିଥିଲେ।ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ଭଉଣୀମାନେ ନିଜ ସ୍ଵାମୀଙ୍କ ଦୀର୍ଘାୟୁ ନିମନ୍ତେ ଯେପରି ଉପବାସ ଓ ପୂଜା କରନ୍ତି, ତାହା ଏକ ଅଦ୍ୱିତୀୟ ଭକ୍ତିର ନିଦର୍ଶନ।ଏହି ଅବସରରେ ଆଗାମୀ ସାବିତ୍ରୀ ବ୍ରତ ୧୬ ତାରିଖରେ ହେବାକୁ ନେଇ ଆଜି ସମସ୍ତ ଭଉଣୀମାନଙ୍କୁ ସାବିତ୍ରୀ ଭାର ବଣ୍ଟନ କରି ମୁଁ ଗର୍ବିତ ଅନୁଭବ କରିବା ସହ ଓଡ଼ିଆ ସାଂସ୍କୃତିକ ଅଗ୍ରାଧିକାର ଦେବା ପାଇଁ ଆମେ ସର୍ବଦା ତତ୍ପର ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ।ସାବିତ୍ରୀ ଭେଟି ପାଇଥିବା ଭଉଣୀ ମାନେ ମନ୍ତ୍ରୀଙ୍କୁ ପ୍ରିୟ ମିଟୁ ଭାଇ ବୋଲି ପ୍ରଶଂସା କରି ବହୁତ ଖୁସି ଅନୁଭବ କରି ଥିଲେ। ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ,ବିଧାୟକ ପ୍ରତିନିଧି ହରିହର ସାହୁ, ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ମହାପାତ୍ର,ନଗର ସଭାପତି କେଦାରନାଥ ମହାରଣା,ଏନ୍ ଏ ସି ମଣ୍ଡଳ ସଭାନେତ୍ରୀ ଡି ରେଶ୍ମା ପାତ୍ର, ଉପସଭାପତି ସୁନୀଲ ପାଢ଼ୀ, ବୁଗୁଡ଼ା ଏନଏସି ବିଧାୟକ ପ୍ରତିନିଧି ୟୁ. ବୁଲୁ ପାତ୍ର,ମଣ୍ଡଳ ସଭାପତି କାର୍ତ୍ତିକ ମଙ୍ଗଳ, ଆସିକା ଚିନିଶିଳ୍ପ ନିର୍ଦ୍ଦେଶ ବସନ୍ତ ଦଳେଇ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!