ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଅହୋରାତ୍ର ଧାରଣାକୁ ଦୁଇବର୍ଷ ; ଗାଁରେ ପହଞ୍ଚିଲା ପ୍ରଶାସନ

ରିପୋର୍ଟ -ମାଗୁଣୀ ମିଶ୍ର 

ଭଞ୍ଜନଗର-୦୬/୫- ନିଜ ଅଞ୍ଚଳର ମୌଳିକ ସମସ୍ୟାଙ୍କୁ ନେଇ ଦୁଇ ବର୍ଷ ପୂର୍ବେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣ ଦେଇଥିବା ଗ୍ରାମବାସୀଙ୍କ ଦୁଆରେ ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନର ପାଦ ପଡିଛି।ଜଗନ୍ନାଥପ୍ରସାଦ ବ୍ଲକ୍ ଗାୟାଗଣ୍ଡା ପଞ୍ଚାୟତର ଉପାନ୍ତ ଅଞ୍ଚଳ ତଥା ଆଦିବାସୀ ଅଧ୍ଯୁଷିତ ତାଳଖମଣ, ମଣ୍ଡାପଥର ଓ ଡାଙ୍ଗିଭୂଇଁ ଗାଁରେ ପ୍ରଶାସନିକ ଅଧିକାରୀମାନେ ଶେଷରେ ପହଞ୍ଚିଛନ୍ତି ।ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା,ତହସିଲଦାର ଅଶୋକ କୁମାର ମୁଦୁଲି ଓ ବିଭାଗୀୟ ଅଧିକାରୀମାନେ ମଙ୍ଗଳବାର ଚାଲି ଚାଲି ସେଠାରେ ପହଞ୍ଚିବା ସହ ଗ୍ରାମବାସୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରି ବିଭିନ୍ନ ସମସ୍ୟା ଶୁଣିଥିଲେ। ଦୁଇବର୍ଷ ପୁରୁଣା ଦାବି ଉପରେ ଆଲୋଚନା ହୋଇଥିଲା।

ପ୍ରକାଶ ଥାଉକି, ଦୁଇବର୍ଷ ତଳେ ଏହି ଅଞ୍ଚଳବାସୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିଥିଲେ। ତେବେ ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନ ଗାଁରେ ପହଞ୍ଚିଥିବାରୁ ଅଞ୍ଚଳବାସୀଙ୍କ ମୌଳିକ ସୁବିଧା ପୂରଣ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି । ଆଦିବାସୀ ଭାରତ ମହାସଭାର ନେତା ଟୁନା ମଲ୍ଲିକ, ବିପ୍ରଚରଣ ନାୟକ, ନିର୍ମାଣ ଶ୍ରମିକ ପ୍ରକାଶ ବାରିକ, ସାମାଜିକକର୍ମୀ ସୁରେନ୍ଦ୍ର ପଟ୍ଟନାୟକ ଓ ରଞ୍ଜିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!