ଗ୍ରାମ୍ୟ ଉନ୍ନୟନ ବିଭାଗ ର ୧୪ କୋଟି ଟଙ୍କା ର ପ୍ରକଳ୍ପ ର ଭିତ୍ତି ସ୍ଥାପନ କଲେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ

ରିପୋର୍ଟ -ମାଧବ ବେହେରା

ଖଲ୍ଲିକୋଟ-୨୯/୪- ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଡ଼ିମିରିଆ, କନକା ଓ କୋମଣ୍ଡ ପଂଚାୟତ ର ଗ୍ରାମ ବାସି ମାନେ ଦୀର୍ଘ ଦିନ ହେଲା ବିଭିନ୍ନ ରାସ୍ତା ଉପରେ ସେତୁ ନିର୍ମାଣ ପାଇଁ ଦାବି ହୋଇ ଆସୁଥିବା ବେଳେ ଖଲ୍ଲିକୋଟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣ ଚନ୍ଦ୍ର ସେଠୀ ପ୍ରଥମେ ଖଲ୍ଲିକୋଟ ସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ୩୮୫.୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଉତ୍କର୍ଷ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କାରି ଶୁଭ ଦେଇଥିଲେ ।

ଉକ୍ତ ଭିତ୍ତି ସ୍ଥାପନ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲପାଳ ଭି କୀର୍ତିଭାସନ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ସେତୁବନ୍ଧ ଯୋଜନା ମାଧ୍ୟମରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କୋମଣ୍ଡ ଗ୍ରାମ ଠାରୁ ରଘୁନାଥପୁର ରାସ୍ତା ରେ ୨ଟି ସେତୁ ନିର୍ମାଣ ପାଇଁ ୬୭୬.୨୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ସେତୁର ବିଧାୟକ ଶ୍ରୀ ସେଠୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

ସେହିପରି ସମଲ ଗ୍ରାମ୍ୟ ରାସ୍ତାର ସେତୁ ପାଇଁ ୨୬୯.୧୦ ଲକ୍ଷ ଓ ପାଲଧୁଆ ପଲ୍ଲୀ ରାସ୍ତାରେ ସେତୁ ନିର୍ମାଣ ପାଇଁ ୨୧୭.୬୩ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ସେତୁ ଗୁଡିକୁ ବିଧାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।ଉକ୍ତ ଶୁଭ ଫଳକ ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନର ଅଧକ୍ଷ ସନ୍ତୋଷ କୁମାର ପରିଡା, ଗ୍ରାମ୍ୟ ଉନ୍ନୟନ ବିଭାଗ ନର୍ବାହୀ ଯନ୍ତ୍ରୀ ସରୋଜ ମିଶ୍ର,ସହକାରୀ ଯନ୍ତ୍ରୀ ସ୍ମରଣିକା ମହାପାତ୍ର ଓ କନିଷ୍ଟ ଯନ୍ତ୍ରୀ ବିଶ୍ୱ ରଞ୍ଜନ ବେହେରାଙ୍କ ସମେତ ଯୁବ ବିଜେପି ନେତା ପ୍ରଦୀପ୍ତ ପଟ୍ଟନାୟକ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପଦ୍ମ ଚରଣ ସୁବୁଦ୍ଧି,ଅଟଳ ଯୁବ ବାହିନୀ ସଭାପତି ଶୁଭଜିତ କୁମାର,ଯୁବ ନେତା କାର୍ତିକ ପ୍ରଧାନ ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ,ବିଜେପି ନେତା ମୃତୁଞ୍ଜୟ ରାଉଳ, ସରପଞ୍ଚ ମିଥୁନ ଖୁଣ୍ଟିଆ ପୂର୍ବତନ ସରପଞ୍ଚ ସୁଦାମ ନୟାଜ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

और पढ़ें