ରିପୋର୍ଟ -ମାଗୁଣୀ ମିଶ୍ର
ଭଞ୍ଜନଗର -୧୯/୪- : ଭଞ୍ଜନଗର ଜଳଭଣ୍ଡାରରେ ଗାଧୋଇବା ସମୟରେ ବୁଡ଼ି ଯାଇ ଦୁଇ ନାବାଳକ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ପ୍ରକାରେ, ଲାଲସିଂ ଗ୍ରାମର କାହ୍ନୁ ପ୍ରଧାନ ଏବଂ ଆଶୁତୋଷ ଭୂୟାଁ ଦୁଇଜଣଙ୍କ ବୟସ ୧୭ ବର୍ଷ ସାଙ୍ଗମାନଙ୍କ ସହ ଘାଇକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଗାଧୋଇବା ସମୟରେ ହଠାତ ଅସାବଧାନତାବଶତଃ ଗୋଡ ଖସିଯିବାରୁ ଗଭୀର ପାଣି ଭିତରକୁ ପଳାଇଥିଲେ। କେହି କିଛି ଭାବିବା ଆଗରୁ ସବୁ କିଛି ସରିଯାଇଥିଲା। ଅକାତ ଅକାତ ପାଣିରେ ବୁଡ଼ି ଉଭୟଙ୍କ ଜୀବନ ଚାଲିଯାଇଥିଲା। ସାଙ୍ଗମାନେ ଅଗ୍ନିଶମ ବିଭାଗ ଏବଂ ପୋଲିସ କୁ ଖବର ଦେବା ସହ ନିଜେ ସେମାନେ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରିବା ପରେ ମଧ୍ୟ ବଞ୍ଚାଇବାରେ ବିଫଳ ହୋଇଥିଲେ। ପୋଲିସ ବିଭାଗ ଏବଂ ଅଗ୍ନିଶମ ବାହିନୀ ଯାଇ ଗଭୀର ଜଳରୁ ଦୁଇଜଣଙ୍କୁ ଉଦ୍ଧାର କରି ମେଡିକାଲ କୁ ଆଣିଥିଲେ କିନ୍ତୁ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।









