ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଭଞ୍ଜନଗରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ -ମାଗୁଣୀ ମିଶ୍ର 

ଭଞ୍ଜନଗର -୧୯/୪- : ସାଧାରଣ ଜନତାଙ୍କୁ ସେମାନଙ୍କର ମୌଳିକ ଆଇନଗତ ଅଧିକାର ଏବଂ ସରକାରୀ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ, ତାଲୁକ ଆଇନ ସେବା କମିଟି, ଭଞ୍ଜନଗର ପକ୍ଷରୁ ଆଜି ଏପ୍ରିଲ୍ ମାସ ୧୯ ତାରିଖ ଦିବସ ରେ ମୁଦୁଲିପଲ୍ଲୀ ଗ୍ରାମ ପଞ୍ଚାୟତ ପରିସରରେ ଏକ ବିଶାଳ ଆଇନ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶ୍ରୀ ସେଖ୍ ମହମ୍ମଦ କଏସ ଯୋଗଦେଇଥିଲେ। ସେ ଦୈନନ୍ଦିନ ଜୀବନରେ ଆଇନ ଜ୍ଞାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ସିନିୟର ସିଭିଲ ଜଜ୍ ଶ୍ରୀ ଦେବାଶିଷ ବିଶୋୟୀ, ଏସ୍‌.ଡି.ଜେ.ଏମ୍‌ ଶ୍ରୀ ସୌମ୍ୟ ରଞ୍ଜନ ପୃଷ୍ଟି ଏବଂ ଜେ.ଏମ୍‌.ଏଫ୍‌.ସି ଶ୍ରୀମତୀ ଭିୟେନା ନାୟକ ଉପସ୍ଥିତ ରହି ବିଭିନ୍ନ ଆଇନଗତ ଜଟିଳତା ଉପରେ ଆଲୋଚନା କରିଥିଲେ। ପ୍ରଶାସନିକ ସହଯୋଗ ଭାବରେ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଓ ସହକାରୀ ଜିଲ୍ଲାପାଳ ଶ୍ରୀ ରାମଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ଆଲୋଚିତ ବିଷୟ ବସ୍ତୁ ଥିଲା,ନୂତନ ଭାରତୀୟ ନାଗରିକ ସୁରକ୍ଷା ସଂହିତା (୨୦୨୩) ଅନୁଯାୟୀ FIR, ଜାମିନ, ସମନ୍ସ, ଓଆରେଣ୍ଟ, ଏବଂ ଆଇନଜୀବୀ ସହାୟତା ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଲୋକଙ୍କୁ ଶିକ୍ଷା ଦିଆଯାଇଥିଲା। ଏହାସହ ଯୌତୁକ ନିଷେଧ ଓ ଗୃହ ହିଂସା ନିରୋଧ ଆଇନ ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ମୁଦୁଲିପଲ୍ଲୀ ସରପଞ୍ଚ ଶ୍ରୀ କାହ୍ନୁ ଚରଣ ପ୍ରଧାନ, ପଞ୍ଚାୟତ ଅଧିକାରୀ ଏବଂ ତାଲୁକ ଆଇନ ସେବା କମିଟିର ସଦସ୍ୟ ଡ଼ଃ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ଶ୍ରୀମତୀ ଅଳକା ମଞ୍ଜରି ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ ବହୁଳ ଯୋଗଦାନ କାର୍ଯ୍ୟକ୍ରମକୁ ଏକ ନୂଆ ମୋଡ଼ ଦେଇଥିଲା।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!