ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବ୍ରହ୍ମାନଗରରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଶତାଧିକ ଲୋକ ଉପକୃତ ।

ବ୍ରହ୍ମପୁର-୧୨/୦୮-ବ୍ରହ୍ମପୁର ସହରର ବ୍ରହ୍ମାନଗର ଓ ଜ୍ୟୋତିନଗର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବୁଧବାର ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି। ପି ଏମ ମେଡିକେର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସହଯୋଗରେ ଆୟୋଜିତ ଏହି ଶିବିରରେ ଶତାଧିକ ଲୋକ ଯୋଗଦେଇ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପରାମର୍ଶର ସୁବିଧା ନିଃଶୁଳ୍କ ଭାବେ ପାଇଥିଲେ।

ଭେଷଜ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡା. ସତ୍ୟରଞ୍ଜନ ସେଠୀ ନିଜ ସହଯୋଗୀମାନଙ୍କ ସହ ଶିବିରରେ ଯୋଗଦେଇ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ରୋଗ ନିର୍ଣ୍ଣୟ ଓ ଚିକିତ୍ସା ପରାମର୍ଶ ପ୍ରଦାନ କରିଥିଲେ। ଏହି ଅବସରରେ ଉଚ୍ଚ ରକ୍ତଚାପ, ମଧୁମେହ, ତିନିମାସିକ ହାରାହାରି ରକ୍ତ ଶର୍କରା (HbA1c),ଲିପିଡ୍ ପ୍ରୋଫାଇଲ୍, ନ୍ୟୁରୋପାଥି, ପଲ୍ମୋନାରୀ ଓ ୟୁରିକ୍ ଏସିଡ୍ ଭଳି ବିଭିନ୍ନ ପରୀକ୍ଷା ନିଃଶୁଳ୍କ ଭାବେ କରାଯାଇଥିଲା।

ବରିଷ୍ଠ ନାଗରିକ ମଞ୍ଚର ସଭାପତି ହୀନ ବେହେରାଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଶିବିରରେ ଭବାନୀ ଶଙ୍କର ମିଶ୍ର ଓ ଡା. ଅଜିତ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ଡା. ସତ୍ୟରଞ୍ଜନ ସେଠୀଙ୍କ ପିତା ରବୀନ୍ଦ୍ରନାଥ ସେଠୀ ଶିବିରକୁ ଶୁଭ ଉଦ୍‌ଘାଟନ କରିଥିଲେ।

ଶିବିରର ଆୟୋଜନ ଓ ପରିଚାଳନାରେ ସୁକାନ୍ତ କୁମାର ପଟ୍ଟନାୟକ, ଶରତ୍ ଚନ୍ଦ୍ର ମହାପାତ୍ର ଓ ଉମାଶଙ୍କର ପାଣି ତଦାରଖ କରିଥିଲେ। ଶ୍ରୀମତୀ ମୀନତି ସାହୁ ଓ କେ. ରାମା ରାଓ ରେଡ୍ଡୀ ଆଗନ୍ତୁକମାନଙ୍କ ନାମ ପଞ୍ଜିକରଣ ଦାୟିତ୍ୱ ନିର୍ବାହ କରିଥିଲେ। ମଞ୍ଚର ଅଧିକାଂଶ ସଦସ୍ୟ ଓ ସଦସ୍ୟା ଉତ୍ସାହର ସହ ଶିବିରରେ ସହଯୋଗ କରିଥିବା ଦେଖାଯାଇଥିଲା।

ସେହିପରି ରୋଗ ନିର୍ଣ୍ଣୟ ଓ ବିଭିନ୍ନ ପରୀକ୍ଷା ପରିଚାଳନାରେ ପିଏମ୍ ହେଲଥ୍ କେୟାର ପକ୍ଷରୁ ବିବେକାନନ୍ଦ ମହାପାତ୍ର, ଚିତ୍ତରଞ୍ଜନ ପାଣିଗ୍ରାହୀ, ସ୍ନିଗ୍ଧା, ଶ୍ୱେତା, ହରି ଓ ରଶ୍ମି ପ୍ରମୁଖ ସହଯୋଗ କରିଥିଲେ। ବରିଷ୍ଠ ନାଗରିକଙ୍କ ସମେତ ସାଧାରଣ ଲୋକଙ୍କ ମଧ୍ୟରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ରୋଗର ପ୍ରାଥମିକ ନିର୍ଣ୍ଣୟ ସମ୍ପର୍କରେ ସଚେତନତା ବୃଦ୍ଧି ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା. ଏହିଭଳି ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ନିୟମିତ ବ୍ୟବଧାନ ରେ ବିଭିନ୍ନ ସ୍ଥାନ ରେ ଆୟୋଜନ କରାଯାଉଥିବାର ଆୟୋଜକଙ୍କ ପକ୍ଷରୁ ପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!