ବେଲଗୁଣ୍ଠା: ବେଲଗୁଣ୍ଠା ସାହିତ୍ୟ ଘର ଓ ସାହାଣୀ ପରିବାରର ମିଳିତ ଆନୁକୂଲ୍ୟରେ ମା’ ବୁଢ଼ାକେନ୍ଦୁ ପୀଠରେ ଝିଅ ‘ଅଦିତି’ର ପ୍ରଥମ ଜନ୍ମଦିନକୁ ଏକ ନିଆରା ଓ ପରିବେଶାନୁକୂଳ ଢଙ୍ଗରେ ପାଳନ କରାଯାଇଛି।

ଏହି ଅବସରରେ ପୀଠ ପରିସରରେ ୪୦ରୁ ଊର୍ଦ୍ଧ୍ୱ ବିଭିନ୍ନ କିସମର ଔଷଧୀୟ ବୃକ୍ଷରୋପଣ କରାଯାଇଥିଲା। ପ୍ରଥମେ ଶିଶୁ କନ୍ୟା ଅଦିତିକୁ ଧରି ତାଙ୍କ ବାପା ବିଶ୍ୱଜିତ ସାହାଣୀ ଓ ମା’ ଭୂମିକା ସାହାଣୀ ଏକ ଅଁଳା ଗଛ ରୋପଣ କରି ଏହି ମହତ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଗୋବରା ୟୁନିଅନ୍ ବ୍ୟାଙ୍କ ମ୍ୟାନେଜର ଅଭିଷେକ କୁମାର, ଗୋବରା ପୂର୍ବତନ ସରପଞ୍ଚ ଗୋଲାପ ଜେନା, କାଉନସିଲର ଥତା ପରିବେଶବିତ୍ ଦିବ୍ୟରଞ୍ଜନ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଜନ୍ମଦିନ ପରି ଏକ ଆନନ୍ଦଦାୟକ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଏଭଳି ପରିବେଶ ସୁରକ୍ଷା ଭିତ୍ତିକ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ସେମାନେ ସାହାଣୀ ପରିବାର ଓ ବେଲଗୁଣ୍ଠା ସାହିତ୍ୟ ଘରର ଏହି ପ୍ରଶଂସନୀୟ ପ୍ରଚେଷ୍ଟାକୁ ଭୂୟସୀ ପ୍ରଶଂସା କରିଥିଲେ।

ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋବରା ସାହିତ୍ୟ ଘର ସମ୍ପାଦକ ବିଭୂପାଦ ଜେନା, ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠୀ, ସଂଯୋଜକ ଶିବରାମ ଚୌଧୁରୀ, ସମ୍ପାଦକ ସନ୍ତୋଷ କୁମାର ବିଷୋୟୀ, ପରିବେଶବିତ୍ ପ୍ରତାପ ସାହାଣୀ, ୟୁନିଅନ୍ ବ୍ୟାଙ୍କ ଇନ୍ସୁରାନ୍ସ ଅଧିକାରୀ ପୂଜା ନାୟକ, ବିପିନ ପାଳ, ଅବସରପ୍ରାପ୍ତ କୃଷି ଅଧିକାରୀ ପ୍ରଦୀପ କୁମାର ସାହାଣୀ, ସଂଯୁକ୍ତା ସାହାଣୀ, ବଡ଼ବାପା ସତ୍ୟଜିତ ସାହାଣୀ, ବଡ଼ମା ଗୌରୀ ସାହାଣୀ, ସ୍ୱେଚ୍ଛାସେବୀ ପ୍ରଶାନ୍ତ ସାହାଣୀ, ଆଲୋକ ସାହାଣୀ, ଯୁବ ସାମ୍ବାଦିକ ନାରାୟଣ ପଣ୍ଡା, ଅଧ୍ୟାପକ ସଞ୍ଜୟ ସିଅ, ସରୋଜ ସିଅ, ସୁରେଶ ଲେଙ୍କା, ଶିଶୁ ପରିବେଶବିତ୍ ବିଦ୍ୱାନ ପାତ୍ର, ଶ୍ରୀହାନ ସାହାଣୀ, ସବିତା ସିଅ, ତପସ୍ୱିନୀ ସିଅ, ଗୋପାଳ ରାଉତ, ସାହିଲ, ସୁମିତ, ସୁଜିତ, ସ୍ନେହାଙ୍କ ସମେତ ସାହିତ୍ୟ ଘରର ବହୁ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କ ଗହଣରେ ଶିଶୁ କନ୍ୟା ଅଦିତି କେକ୍ କାଟି ଜନ୍ମଦିନ ପାଳନ କରିଥିଲେ।








