ରିପୋର୍ଟ-ରାଜକିଶୋର ସାବତ, ଶେରଗଡ଼
ଶେରଗଡ଼ – ଶେରଗଡ଼ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ ପିତ୍ତଳ ଶାଖା ଠାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ସଞ୍ଚୟ କରିଥିବା ଜମାକାରୀ ଙ୍କ ଉତ୍ତରାଧିକାରୀ ଙ୍କୁ ପିତଳ ଶାଖାର ପରିଚାଳକ ଅନିଲ କୁମାର ବେହେରା ଏବଂ ସି ଏଫ୍ ଏଲ୍ ଗାୟତ୍ରୀ ପାଢ଼ୀ ଙ୍କ ଦ୍ଵାରା ଦୁଇ ଲକ୍ଷ ଚେକ ପ୍ରଦାନ କରିଛନ୍ତି ।ମନୁଷ୍ୟ ଜୀବନ ଚିରସ୍ଥାୟୀ ନୁହେଁ, ଏହାକୁ ଆଖିଆଗରେ ରଖି ଭାରତ ସରକାରଙ୍କ ଦ୍ଵାରା ବିଭିନ୍ନ ବୀମା ଯୋଜନା ମାଧ୍ୟମରେ ସ୍ୱଳ୍ପ ରୋଜଗାର ପରିବାର ବର୍ଗଙ୍କ ଭବିଷ୍ୟତ କୁ କେନ୍ଦ୍ର କରି ବିଭିନ୍ନ ଜୀବନ ବୀମା ମାଧ୍ୟମରେ ସ୍ୱଳ୍ପ ସଂଚୟପରେ ବିମାକରୀଙ୍କ ମୃତ ପରେ ବୀମା ରାସି ପରିବାର ବର୍ଗଙ୍କ ହିତ ସାଧନ ହୋଇଥାଏ।ଏହାକୁ ଆଖିଆଗରେ ରଖି ସରକାରଙ୍କ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମାରେ ବାର୍ଷିକ ୪୩୬ ଟଙ୍କା ସଞ୍ଚୟ କରି ତହ୍ନର ପଞ୍ଚାୟତ ର ହିତାଧିକାରୀ ଗୋଲାପ ଦଳାଇ ମୃତୁ ବରଣ କରିଥିଲେ। ଉତ୍ତରାଧିକାରୀ ସ୍ବାମୀ ନରସିଂହ ଦଳାଇ ଙ୍କୁ ପିତଳ ଏସବିଆଇର ଶାଖା ପରିଚାଳକ ଅନିଲ କୁମାର ବେହେରା, ଓ ସୁପରଭାଇଜର ପ୍ରଭାକର ସେଠୀ,ସରପଞ୍ଚ,ଗ୍ରାମସେବକ ସିଏଫଲ୍ ଗାୟତ୍ରୀ ପାଢ଼ୀ,ବ୍ୟାଙ୍କ୍ ମିତ୍ର ମିନୋଦିନି ମହାରଣାଙ୍କ ଉପସ୍ଥିତିରେ ଦୁଇ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି।









